ଗତକାଲି ମହାପ୍ରଭୁ ବଳଭଦ୍ର ତାଳଧ୍ୱଜ ରଥରେ ପଡିଯିବା ଘଟଣା। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ଗତକାଲି ଏତେ ବଡ଼ ଘଟଣା ଘଟିଥିଲେ ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଳମ୍ବରେ ଆସିଥିଲେ। ବିଳମ୍ବରେ ଆସି ମଧ୍ୟ କୌଣସି ପ୍ରତିକ୍ରିୟା କିମ୍ବା ପଦକ୍ଷେପ ଗ୍ରହଣ କରିନଥିଲେ। ଏହି କାରଣରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ତୁରନ୍ତ ବହିଷ୍କାର ଦାବୀ କରିଛି ସେନା। ସେହିପରି ଜଣେ ଅବସାରପ୍ରାପ୍ତ ବିଚାରପତି କିମ୍ୱା ଜିଲ୍ଲା ଜଜଙ୍କ ଦ୍ୱାରା ଘଟଣାର ତଦନ୍ତ ଦାବୀ କରାଯାଇଛି। ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଦାୟିତ୍ବହୀନ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଛି ଶ୍ରୀଜଗନ୍ନାଥ ସେନା।