ମୁମ୍ବାଇ : କିଛି ଦିନ ହେବ ବଲିଉଡର ଅଭିନେତ୍ରୀ ସନ୍ନି ଲିଓନୀ ବେଶ ଚର୍ଚ୍ଚାରେ ରହିଛନ୍ତି। ତାଙ୍କ ବିରୁଦ୍ଧରେ ଜଣେ ବ୍ୟକ୍ତି ୨୯ଲକ୍ଷ ଟଙ୍କା ଠକେଇ କରିଥିବାର ଅଭିଯୋଗ କରିଥିଲେ। ଏବେ ଏହି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି କେରଳ ହାଇକୋର୍ଟ। କୋର୍ଟରୁ ସନ୍ନି ଲିଓନୀଙ୍କୁ ଆଶ୍ବସ୍ଥି ମିଳିବା ସହିତ ତାଙ୍କର ଗିରଫଦାରୀକୁ ମଧ୍ୟ ସ୍ଥଗିତ ରଖାଯାଇଛି। ସୂଚନା ଅନୁସାରେ, କେରଳ ହାଇକୋର୍ଟ ମାମଲାର ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଠକେଇ ଅଭିଯୋଗ ହେବା ପରେ ସନ୍ନି ଲିଓନୀ କେରଳ ହାଇକୋର୍ଟରେ ଏକ ଜାମିନ ଆବେଦନ କରିଥିଲେ। ଯାହାର ଶୁଣାଣିରେ ହାଇକୋର୍ଟ ଅଭିନେତ୍ରୀଙ୍କ ଗିରଫଦାରୀକୁ ସ୍ଥଗିତ ରଖିଛନ୍ତି। ପେରୁ ମବରୁର ରେ ରହୁଥିବା ଆର ଶ୍ରେୟସ ନାମକ ଜଣେ ବ୍ୟକ୍ତି ସନ୍ନି ଲିଓନୀଙ୍କ ବିରୋଧରେ ଏହି ଅଭିଯୋଗ କରିଥିଲେ। ଅଭିନେତ୍ରୀ ତାଙ୍କଠାରୁ ପ୍ରାୟ ୨୯ଲକ୍ଷ ଟଙ୍କା ଠକେଇ କରିଥିବା ସେ ଥାନା ଅଭିଯୋଗ କରିଥିଲେ। ଶ୍ରେୟସ ତାଙ୍କ ଅଭିଯୋଗରେ କହିଥିଲେ ସେ ସନ୍ନିଙ୍କୁ ଦୁଇଟି ଇଭେଣ୍ଟ ପାଇଁ ଏହି ଟଙ୍କା ଦେଇଥିଲେ। କିନ୍ତୁ ସେ ଇଭେଣ୍ଟକୁ ଆସିବାକୁ ମନା କରିଦେଇଥିଲେ। ଯେଉଁଥିପାଇଁ ନିକଟରେ କ୍ରାଇମ୍ ବ୍ରାଞ୍ଚ ସନ୍ନି ଲିଓନୀଙ୍କୁ ଏହି ବିଷୟରେ ପଚରାଉଚରା କରିଥିଲା।