ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । । ଆଜି ଲୋୟର ସୁକତେଲ ଜଳ ପ୍ରକଳ୍ପ ଉଦଘାଟନ କରିବା ସହ ୧୧୨ ଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବେ ।ବଲାଙ୍ଗୀର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଉଦଘାଟନ ହେବ, ଯାହା ଚାଷ ଜମିକୁ ଜଳ ଓ ସ୍ଥାନୀୟ ଲୋକଙ୍କୁ ଜୀବିକା ଯୋଗାଇ ଦେବ । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଜରିଆରେ ୫ ହଜାର ୨୮୪ କିଲୋମିଟର ପର୍ଯ୍ୟନ୍ତ ଜଳସେଚନ ସୁବିଧା ମିଳିବ । ଫଳରେ ବଲାଙ୍ଗିର ଓ ସୁବର୍ଣ୍ଣପୁରର ୮୦ ହଜାରରୁ ଅଧିକ ଚାଷୀ ନିଜ ଜମିରେ ଜଳସେଚନ କରିପାରିବେ । ଏହାଛଡା ବଲାଙ୍ଗିର ଜିଲ୍ଲାର ୨ଟି ସହରାଞ୍ଚଳ ୭୦ ହଜାର ଜନସଂଖ୍ୟା ପାଇଁ ପାନୀୟ ଜଳ ବ୍ୟବସ୍ଥା ହେବ ।