ନୂଆଦିଲ୍ଲୀ: ରବିବାର ଘଟିଥିବା ଉତ୍ତରାଖଣ୍ଡ ଚମୋଲିରେ ହିମସ୍ଖଳନ ଘଟଣାରେ ବର୍ତ୍ତମାନ 32 ଜଣଙ୍କର ମୃତଦେହ ମିଳିଛି। ଏବେବି ସୁଦ୍ଧା 197 ଜଣ ନିଖୋଜ ଅଛନ୍ତି। ଏନଟିପିସିର ତପୋବନ – ବିଷ୍ଣୁଗଡ଼ ପ୍ରୋଜେକ୍ଟର ଅଢେଇ କିଲୋମିଟର ଲମ୍ବ ଟନେଲ ଭିତରେ 25 ରୁ 35 ଲୋକ ଏବେ ବି ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ 600 ରୁ ଅଧିକ ସେନା, ଆଇଟିବିପି, ଏନଡିଆରଏଫ, ଏସଡିଆରଏଫ ଜବାନ କାମରେ ଲାଗିଛନ୍ତି। ଏହାଛଡ଼ା ଅଚାନକ ଆସିଥିବା ବନ୍ୟା ଯୋଗୁଁ ପ୍ରଭାବିତ ଗାଁଗୁଡ଼ିକରେ ଲୋକଙ୍କୁ ଉଦ୍ଧାର ଓ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା କାର୍ଯ୍ୟରେ ବି ଲାଗିଛି ସେନା। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ଟ୍ବିଟ୍ କରି ସେନା ଓ ଆଇଟିବିପି ଜବାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।