ବରଗଡ଼ : ଓଡିଶା ମୁଖ୍ୟ ନିର୍ବାଚନ କମିଶନର ନିକୁଞ୍ଜ ଧଳ ବରଗଡ଼ ଗସ୍ତରେ ଆସିବା ସହ ୫ ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ସମୀକ୍ଷା କରିଛନ୍ତି । ପ୍ରଥମେ ପଂଚାୟତ କଲେଜ ପହଞ୍ଚି ଭୋଟ ଗଣତି କେନ୍ଦ୍ର ପରିଦର୍ଶନ କରିଛନ୍ତି ଓ ପରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ନିର୍ବାଚନକୁ ନେଇ ସମୀକ୍ଷା କରିବାର କାର୍ୟ୍ୟକ୍ରମ ରହିଛି । ବରଗଡ ଲୋକସଭା ସଂସଦୀୟ କ୍ଷେତ୍ରର ଓ ବିଧାନସଭା କ୍ଷେତ୍ର ବିଷୟରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନକୁ କିପରି ଅବାଧ ଓ ନିରପେକ୍ଷ କରାଯିବ ସେନେଇ ଜୋର ଦେଇଛନ୍ତି । ଆଦର୍ଶ ଆଚରଣ ବିଧି ପାଳନ ନେଇ ବରଗଡ଼ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ପାନୀୟଜଳ ଓ ଆନୁସାଙ୍ଗିକ ବ୍ୟବସ୍ଥାକୁ ନେଇ ଜିଲାପାଳ ଏସ୍ସିଙ୍କ ଉପରେ ଖପା ହୋଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।