ବ୍ରାଜିଲରେ ରେକର୍ଡ ବର୍ଷା ,., ପ୍ରବଳ ବର୍ଷାରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ..ରାସ୍ତାର ଅତଡା ଖସିବା ସହ ବଡ ଡ୍ୟାମ ଭୁଷିଡିବା ସହ ଯୁଆଡେ ଚାହିଁବ କେବଳ ପାଣି ହିଁ ପାଣି ନଜର ଆସୁଚି ,. ଉଦ୍ଧାରକାରୀ ଟିମ୍ ପକ୍ଷରୁ ସେମାନଙ୍କୁ ଖୋଜାଖୋଜି ଚାଲିଥିବା ବେଳେ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

ବେଣ୍ଟୋ , ରିଓ ଗ୍ରାନ୍ଦେ ଡୁ ସୁଲ ଏବଂ କୋଟିପୋରା ସହରରେ ଏବେ ବି ବିଦ୍ୟୁତ ଓ ଜଳ ପାଇଁ ଡହଳବିକଳ ହେଉଛନ୍ତି । ଏହି ଭୟଙ୍କର ବନ୍ୟାରେ ୩୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୪ ଜଣ ଏବେ ବି ନିଖୋଜ ଥିବା ସୂଚନା ମିଳିଛି. ବନ୍ୟାସ୍ରୋତରେ ଭାସି ଯାଇଥିବା ଲୋକଙ୍କୁ ହେଲିକପ୍ଟର ଯୋଗେ ଖୋଜା ଚାଲିଛି।

ସେପଟେ ଇଣ୍ଟରନେଟ , ଓ ଫୋନ ସେବା ମଧ୍ୟ ବିଚ୍ଛିନ୍ନ ହୋଇଛି । ଲୋକେମାନଙ୍କ ଘର ଦ୍ୱାର ପାଣିରେ ଭାସିଯାଇଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଲୋକେ ୪୯୭ଟି ସହରର ଅଧାରୁ ଅଧିକ ଅଞ୍ଚଳ ବାତ୍ୟାରେ ପ୍ରଭାବିତ ହୋଇଛନ୍ତି। ଅତି କମରେ ୨୪,୦୦୦ ଲୋକ ବିସ୍ଥାପିତ ହୋଇଛନ୍ତି। ୫ ଲକ୍ଷ ଲୋକ ପିଇବା ପାଣି ପାଇପାରୁ ନାହାନ୍ତି। ବିଦ୍ୟୁତ୍ ସେବା ମଧ୍ୟ ବିଛିନ୍ନ ରହିଛି।

ରାଜ୍ୟପାଳ ସାହାଯ୍ୟ ପାଇଁ ନିବେଦନ କରିବା ପରେ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି। ।