ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ଆକାଶ ମେଘାଛନ୍ନ ସହ କୋହଲା ପାଗ ରହିବ । ଭୁବନେଶ୍ୱରରେ ମଧ୍ୟ ପାଗ କୋହଲା ରହିବା ସହ ଆଜି କିଛି ସ୍ଥାନରେ ଝିପିଝିପି ବର୍ଷା ଅନୁଭୂତ ହୋଇଛି । ତେବେ ବର୍ଷା କିମ୍ବା ଘଡଘଡି ନେଇ କୌଣସି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇନାହିଁ । ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ନୂଆପଡା, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି ଏବଂ ବଲାଙ୍ଗୀରର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହି ୯ଟି ଜିଲ୍ଲା ସମେତ ଗଞ୍ଜାମ ଏବଂ ସୋନପୁର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ବଲାଙ୍ଗୀର, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ରାୟଗଡ଼ା ଏବଂ ସୋନପୁର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରିଛନ୍ତି ଏସ୍ଆରସି। ଆସନ୍ତା ଦୁଇଦିନ ପରେ ସମଗ୍ର ରାଜ୍ୟରେ ପାଣିପାଗ ସ୍ୱାଭାବିକ ରହିବ । ପାଗ ଶୁଖିଲା ରହିବା ସହ ଗୁଳୁଗୁଳି ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିଭଳି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବର ଓ ସଂଲଗ୍ନ ଅଞ୍ଚଳରେ ପାଗ ମେଘୁଆ ରହିବ। ସର୍ବାଧିକ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି ଭିତରେ ରହିବ ବୋଲି ସୂଚନା ମିଳିଛି।