ଏନ୍ଏନ୍ଏସ ଓଡିଆ, ହୀରାକୁଦ: ବଢୁଛି ହୀରାକୁଦ ଜଳସ୍ତର । ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି । ଆଜି ସକାଳ ୯ଟାରେ ହୀରାକୁଦ ଜଳଭଣ୍ଡାରର ଜଳ ସ୍ତର ୬୨୦.୫୮ ଫୁଟ୍ ରହିଥିବା ଶୁକ୍ରବାର ସନ୍ଧ୍ୟା ୬ଟାରେ ୬୧୭.୯୩ ଫୁଟ ରେ ପହଞ୍ଚôଛି ଥିଲା । ଏବେ ସେଠାରେ ୪ ଲକ୍ଷ ୮୮ ହଜାର ୭୩୫ କୁ୍ୟସେକ୍ ବନ୍ୟା ଜଳ ପ୍ରବେଶ କରୁଛି । ସୂଚନା ଅନୁସାରେ, ହୀରାକୁଦ ଜଳଭଣ୍ଡାରରେ ଗତକାଲି ଜଳପ୍ରବେଶ ହାର ବଢୁଥିବାରୁ ଆଜି ୨ଟି ପଯ୪୍ୟାୟରେ ୧୦ଟି ଗେଟ୍ ଖୋଲାଯାଇଥିଲା । ସେହିପରି ଅପରାହ୍ନ ୫ଟି ଗେଟ୍ ଖୋଲିବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ସନ୍ଧ୍ୟା ୬ଟା ସମୟରେ ଜଲଭଣ୍ଡାରକୁ ୪,୭୮,୮୧୫ କୁ୍ୟସେକ୍ ଜଳ ପ୍ରବଶେ କରୁଥିଲା । ସେହି ସମୟରେ ଜଳଭଣ୍ଡରରୁ ସର୍ବମୋଟ ୨,୧୬,୭୩୫ କୁ୍ୟସେକ୍ ଜଳ ନିଷ୍କାସିତ ହେଉଥିଲା ।
ଜଳଭଣ୍ଡାରର ୧୨ଟି ଗେଟ୍ଦେଇ ୧,୮୫,୭୨୪ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୩୧,୦୦୨ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ାଯାଇଛି। ଜଳସେଚନ ନିମନ୍ତେ ୧, ୭୩୫ କ୍ୟୁସେକ୍ ପାଣି କେନାଲଗୁଡ଼ିକରେ ଛଡ଼ାଯାଇଛି। ତେବେ, ଆଜି ଉପର ମୁଣ୍ଡରେ ସେଭଳି ଭଲ ବର୍ଷା ନାହିଁ। ତେଣୁ, ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ହାର କମିବାର ସମ୍ଭାବନା ଯଥେଷ୍ଟ ରହିଛି।