ବଡ଼ ମେଡିକାଲରେ ବିଦ୍ୟୁତ୍ ସମସ୍ୟା ପରେ ଏବେ ପାଣି ସମସ୍ୟା ଦେଖିବାକୁ ମିଳିଛି । ଗତକାଲି ରାତିରୁ ମେଡିକାଲର ବିଭିନ୍ନ ୱାର୍ଡକୁ ଜଳ ଯୋଗାଣ ଠପ୍ ହୋଇଯାଇଛି । ଶୌଚାଳୟକୁ ପାଣି ଆସୁନଥିବାରୁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ହନ୍ତସନ୍ତ ହେଉଛନ୍ତି ।
ଫଳରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଶେଷରେ କିଛି ଉପାୟ ନଥିବାରୁ ରୋଗୀଙ୍କ ସମ୍ପର୍କୀୟ ଶୌଚଳାୟ ଯାଇ ଗାଧୁଆପାଧୁଆ କରି ଆସୁଥିବା ବେଳେ ବାହାରୁ ପାଣି କିଣି ଆଣି ପିଉଛନ୍ତି। ହେଲେ ରୋଗୀମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଶୌଚ ହେବା ସହ ନିଜର ନିତ୍ୟକ୍ରମ କରିବା ପାଇଁ ଅସୁବଧାରେ ସମ୍ମୁଖୀନ ହେଉଛନ୍ତି।