ବଡ଼ଚଣା ବ୍ଲକ ପକ୍ଷରୁ ନୂତନ ବିଧାୟକଙ୍କୁ ସମ୍ବର୍ଦ୍ଧନା ଏବଂ ସରକାରୀ ସମସ୍ତ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ। ରାଜ୍ୟରେ ବିଜେପିର ନୂଆ ସରକାର…,ଆକ୍ସନ ମୁଡ୍ ରେ ରାଜ୍ୟ ସରକାର,,ଆଜି ନୂତନ ଭାବେ ନିର୍ବାଚିତ ବଡ଼ଚଣା ବ୍ଲକ ର ବିଧାୟକ ଅମର ନାୟକଙ୍କୁ ବ୍ଲକ୍ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,ନୂତନ ବିଧାୟକଙ୍କୁ ପ୍ରଶାସନିକ ଅଧିକାରୀ ମାନେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ,ପରେ ପରେ ବିଗତ ବର୍ଷରେ ଚାଲି ଥିବା ବିଜେଡ଼ି ସରକାର ରେ ବ୍ଲକ ମାନଙ୍କରେ ହୋଇଥିବା ଦୃନିତିକୁ ଆଖି ଆଗରେ ରଖି ବିଧାୟକ ପ୍ରତ୍ୟେକଟି ଯୋଜନାର ତନଖି ଯାଞ୍ଚ କରିଥିଲେ,ବିଧାୟକଙ୍କ ଆକ୍ସନ ମୁଡ୍ ଦେଖି ଚିନ୍ତାରେ ଥିଲେ ବ୍ଲକ ପ୍ରଶାସନ ଅଧିକାରୀ ମାନେ, ଶେଷରେ ବିଧାୟକ ନିଜ ଅଭିଭାଷଣରେ କହିଥିଲେ,ଗାଁ ର ଶେଷ ଧାଡ଼ିରେ ଥିବା ହିତାଧୀକାରୀ ଟି ତାର ହକ ପାଇବା ଆବଶ୍ୟକ ଅଛି,ବିଜେପି ସରକାରରେ ତାହା ସମ୍ଭବ ହେବ। ସରକାର ବଦଳିଛି ମାନସିକତା ବଦଳିବା ଦରକାର,ବିଗତ ବର୍ଷରେ ହୋଇଥିବା ଅନିତି ଦୃନିତି ର ଯାଞ୍ଚ ହେବ ଏବଂ ସଂପୃକ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଦୃନିତି ର ଯାଞ୍ଚ ପାଇଁ ମାସେ ସମୟ ଲାଗିବ ଏବେ ଠାରୁ ପ୍ରଶାସନ ସୁଧୁରିବା ଆବଶ୍ୟକ ଅଛି,ବଡ଼ଚଣା ବ୍ଲକ କୁ ବିକଶିତ କରିବା ମୋର ଏକ ମାତ୍ର ଲକ୍ଷ୍ୟ ବୋଲି କହି ଶ୍ରୀ ନାୟକ ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇ ଥିଲା,ଏଥିରେ ବ୍ଲକ ର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିବା ସହ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ,