<h3>ଯାଜପୁର,୨୭/୦୪/୨୪: ଯାଜପୁର ବଡ଼ଚଣା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କୁ ପ୍ରାର୍ଥୀ କରି ଥିବା ବେଳେ, ଆଜି ପ୍ରଥମ ଥର ପାଇଁ ବର୍ଷା ପ୍ରିୟଦର୍ଶନୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ବର୍ଷା ପ୍ରିୟଦର୍ଶିନୀ ପ୍ରଥମେ ଯାଜପୁର ଛତିଆ ଠାରେ ପହଞ୍ଚିବା ପରେ ବଡ଼ଚଣାର ବିଜେଡି ନେତା ଓ କର୍ମୀମାନେ ବର୍ଷାଙ୍କୁ ବିପୁଳ ମାତ୍ରାରେ ସ୍ୱାଗତ ଜଣାଇଥିଲେ । ହଜାର ହଜାର ସଂଖ୍ୟାରେ କର୍ମୀମାନେ ବିଶାଳ ବାଇକ ଶୋଭାଯାତ୍ରା କରି ଛତିଆ ବଟ ମନ୍ଦିର ରେ ଦର୍ଶନ ପାଇଁ ଅଟକିଥିଲେ ଏବଂ ପରେ ସେଠାରୁ ବାହାରି ଚଣ୍ଡିଖୋଲ ସ୍ଥିତ ମହାବିନାୟକ ଶୈବ ପୀଠ ଠାରେ ପହଞ୍ଚିଥିଲେ । ପ୍ରଭୁ ମହାବିନାୟକ ଙ୍କ ଦର୍ଶନ କରି ନିର୍ବାଚନୀ ମୈଦାନ କୁ ଓହ୍ଲାଇଥିଲେ ବର୍ଷା ।</h3> [video width="848" height="478" mp4="https://nnsodia.com/wp-content/uploads/2024/04/WhatsApp-Video-2024-04-27-at-9.02.58-AM-1.mp4"][/video] <h3>ମଇଦାନରେ ବର୍ଷାଙ୍କ ସମେତ ଯାଜପୁର ସାଂସଦ ପାର୍ଥି ଶର୍ମିଷ୍ଠା ସେଠି ମଧ୍ୟ ଉପସ୍ଥିତ ରହିଥିଲେ । ବର୍ଷା ଙ୍କ ପାଇଁ ସମଗ୍ର ପରିବେଶ ଜନ ସମୁଦ୍ର ପାଲଟିଛି । ବିଭିନ୍ନ ଛକ, ବଜାର ଓ ରାସ୍ତା କଡ଼ରେ ବର୍ଷାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଦେବା ସହ ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେଇଛନ୍ତି ତାକୁ ନିଷ୍ଠାର ସହ ନିର୍ବାହ କରିବି ଏବଂ ଆଜି ଲୋକଙ୍କ ଯେଉଁ ଭଳି ଭଲପାଇବା ଓ ସମର୍ଥନ ମିଳିଛି ତାହା ନିର୍ବାଚନ ରେ ପ୍ରତିଫଳନ ହେବ ବୋଲି ବର୍ଷା ପ୍ରିୟଦର୍ଶନୀ କହିଛନ୍ତି ।</h3>