ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥା ବିରୋଧରେ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ଦଙ୍ଗାରେ ପରିଣତ ହୋଇଛି। ସେଠାରେ ରହୁଥିବା ହିନ୍ଦୁଙ୍କୁ ଟାର୍ଗେଟ କରାଯାଇ ଆକ୍ରମଣ କରା ଯାଉଥିବା ବେଳେ ବାଂଲାଦେଶରେ ଥିବା ହିନ୍ଦୁ ମନ୍ଦିରଗୁଡିକ ଭଙ୍ଗାରୁଜା କରାଯିବ ସହ ହିନ୍ଦୁମାନଙ୍କ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ମଧ୍ୟ ଆକ୍ରମଣ କରାଯାଉଛି । ଏସବୁ ଚିତ୍ର ସାମ୍ନାକୁ ଆସିବାପରେ ହିନ୍ଦୁମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେହିଭଳି ନାଲକୋନଗର ଟାଉନସିପି ସ୍ଥିତ ଆଲୁମିନିୟମ ମଜଦୁର ସଂଘ କାର୍ୟ୍ୟାଳୟରେ ବାଂଲାଦେଶୀ କରିଥିବା ହିନ୍ଦୁ ମାନଙ୍କ ଉପରେ ଅମାନବୀୟ ଅତ୍ୟାଚାର ପ୍ରତିବାଦ ରେ ଆଲୁମିନିୟମ ମଜଦୁର ସଂଘର ସଭାପତି ମୁନା ସାମଲ ଙ୍କ ନେତୃତ୍ୱରେ ଏକ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଥିଲା । ଏହି ଶୋଭାଯାତ୍ରା ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଭାରତୀୟ ମଜଦୁର ସଂଘ, ଆଲୁମିନିୟମ ମଜଦୁର ସଂଘ,ବିଶ୍ୱହିନ୍ଦୁ ପରିଷଦ କର୍ମକର୍ତା ଓ ସଦସ୍ୟ ମାନେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ଆଲୁମିନିୟମ ମଜଦୁର ସଂଘ କାର୍ୟ୍ୟାଳୟ ପରିସରରୁ ବାହାରି ସ୍ଲୋଗାନ ଦେଇ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପର୍ୟ୍ୟନ୍ତ ଯାଇଥିଲେ । ବାଂଲାଦେଶୀ ଲୋକଙ୍କୁ ଚିହ୍ନଟ କରି ଭାରତ ରୁ ବାହାର କର ଓ ବାଂଲାଦେଶୀ ଲୋକ ମାନଙ୍କ ଠାରୁ କୌଣସି ଜିନିଷ ପତ୍ର କିଣ ନାହିଁ । ଅତ୍ୟାଚାର ହତ୍ୟାକାଣ୍ଡ ବନ୍ଦ ହେଉ । ହିନ୍ଦୁ ଦେବା ଦେବୀ ମନ୍ଦିର ଭାଙ୍ଗିବା ବନ୍ଦ ହେଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତି ପୋଡିବା ଘୋର ବିରୋଧ କରିବା ସହ ସ୍ଲୋଗାନ ଦେଇଥିଲେ । ଶେଷରେ ଏକ ପ୍ରତିବାଦ ସଭା କରାଯାଇ ବାଂଲାଦେଶୀ ର ଏହି ବର୍ବରତା ଘଟଣା କୁ ଜାତିସଂଘ ରେ ଉପସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ଙ୍କ ନିକଟରେ ଦାବି କରାଯିବ ବୋଲି ସ୍ଥିର କରାଯାଇଥିଲା ।