ରାଜନଗର ବ୍ଲକ ସାତଭାୟା ହାବାଳୀ ଘାଟି ଠାରେ ବାତ୍ୟା ଦାନା ଲ୍ୟାଣ୍ଡଫଲ କରିବା ପରେ ତାହାର ପ୍ରଭାବରେ ବଗପାଟିଆ ଥଇଥାନଠାରେ ପାଣି ଜୁଆର ହୋଇ ୫୭୧ ପରିବାର ପାଣି ଘେରା ଭିତରେ ରହିଥିଲେ ଯାହାର ଖବର ପାଇ ଓଡିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି ସିଂ ଦେଓ ସମସ୍ତ ପ୍ରଶାସନୀକ ଅଧିକାରୀଙ୍କ ସହିତ ବଗ ପାଟିଆ ଥଇଥାନରେ ପହଁଛି ସ୍ଥିତି ପରିଦର୍ଶନ କରିଥିଲେ,ତାହା ସହିତ ବଗପାଟିଆ ଥଇଥାନ ଠାରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀକୁ ଯାଇ ସେଠାରେ ରହିଥିବା ଶତାଧିକ ଲୋକ ମାନଙ୍କର ସ୍ଥିତି ପରିଦର୍ଶନ କରିଛନ୍ତି,ସରକାରଙ୍କ ଦ୍ୱାରା ଲୋକ ମାନଙ୍କ ପାଇଁ କରାଯାଇଥିବା ସମସ୍ତ ବ୍ୟବସ୍ଥା ଠିକଠାକ ଅଛି ନା ନାହିଁ ତାହା ଲୋକ ମାନଙ୍କ ଠାରୁ ବୁଝିଥିଲେ,ଯଦି କୌଣସି ସରକାରୀ କର୍ମଚାରୀ ସରକାରଙ୍କ ନିର୍ଦେଶକୁ ଅମାନ୍ୟ କରି ଲୋକ ମାନଙ୍କ ସେବାରେ ଅବହେଳା କରୁଛି କିମ୍ବା ସରକାରଙ୍କ ବିରୁଦ୍ଧରେ ଅପପ୍ରଚାର କରୁଛି ତୁରନ୍ତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଇଥିଲେ ନିଜେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ.