ସୁବର୍ଣ୍ଣପୁର : ଫେଲ ମାରିଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନା । ୨୪ ବର୍ଷର ସ୍ଥିର ସରକାର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାରେ ବିଫଳ । ଆଜି ବି ପରିତ୍ୟକ୍ତ କୁଅର ପାଣି ମେଂଟାଉଛି ଶୋଷ । । ଏନେଇ ସରକାରଙ୍କୁ ଗୁହାରି କରୁଥୀଲେ ହେଁ ହେଉନି ସମାଧାନ । ଫଳରେ ଜିଲ୍ଲାପାଳଙ୍କ ଜରିଆରେ ସରାକରଙ୍କୁ ଚରମ ବାଣୀ ଶୁଣାଇଛନ୍ତି ଗ୍ରାମବାସୀ । ଟିକେ ଭଲ କରି ଦେଖନ୍ତୁ ଏ ଦୃଶ୍ୟ କୁ ଏଠି ପାଣି ପାଇଁ ଲାଗିଛି ଲମ୍ବା ଲାଇନ । ବିପଦ ସଙ୍କୁଳ ଅବସ୍ଥାରେ ଏକ ପରିତ୍ୟକ୍ତ କୁଅରୁ ପାଣି କାଢୁଛନ୍ତି ମହିଳାମାନେ । କେତେବେଳେ ଗୋଡ ଖସିଯିବ କହିହେବ ନାହିଁ । ଜଣେ କି ଦୁଇ ଜଣ ନୁହେଁ ଲମ୍ବା ଲାଇନ ଲଗାଇ ପାଣୀ ନେବାକୁ ଅସିଛନ୍ତି ମହିଳାମାନେ । ଏ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ନାୟକପଡା ଗାଁର । ଚାରୋଟି ୱାର୍ଡ ବିଶିଷ୍ଟ ଏହି ଗାଁରେ ପ୍ରାୟ ୧୫ ଶହ ଲୋକ ବସବାସ କରୁଥୀବାବେଳେ ଏଯାଏଁ ଗାଁକୁ ହୋଇ ପାରିନି ବିଶୁଦ୍ଧ ପାନୀୟ ଜଳ ଯୋଗାଣ । କେବଳ ସେତିକି ନୁହେଁ ଗାଁ ଦେଇ ଯାଇଥିବା ସୁବର୍ଣ୍ଣପୁର-ସମ୍ବଲପୁର ରାଜ୍ୟ ରାଜ ପଥ ଥିବାରୁ ସବୁବେଳେ ନିଜ ଜୀବନକୁ ବାଜି ଲଗାଇ ରାସ୍ତା ପାର ହେଉଛନ୍ତି ମହିଳାମାନେ । କେତେବେଳେ ଯେ ଅଘଟଣ ନଘଟିବ ତାହା କିଏ କହିପାରିବ । କାନ୍ଥ ଉପରେ ଲେଖା ହୋଇଛି ବସୁଧା ଯୋଜନ, ସମସ୍ତରଙ୍କ ଘରକୁ ପାଣି । ହେଲେ ବାସ୍ତବ ଚିତ୍ର ସମପୁର୍ଣ୍ଣ ଭିନ୍ନ । କିଛି ବର୍ଷ ଆଗରୁ ଜଳ ଯୋଗାଣ ପାଇଁ ଓଭର ହେଡ ଟ୍ୟାଙ୍କ ନିର୍ମାଣ କରାଯାଉଥୀବାବେଳେ., ଅଧାରେ କାମ ଛାଡି ଠିକାଦାର ଫେରାର ମାରିଛି । କେବଳ ପିଲର ନିର୍ମାଣ କରି ସରକାର ଚୁପ । ଗାଁରେ ନଳକୁପ ଯାହା ଅଛି ସେଥିରୁ ଖାଇବା ଯୋଗ୍ୟ ପାଣି ବାହାରୁ ନାହିଁ । ଏହାକୁ ନେଇ ଜିଲ୍ଲାପାଳ ଅଫିସ ଆଗରେ ଭୀଡ ଜମାଇଛନ୍ତି ଶହ ଶହ ମହିଳା । ତୁରନ୍ତ ଗାଁକୁ ପାଣି ଯୋଗାଇ ନଦେଲେ ଆଗାମି ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି ମହିଳାମାନେ।