ଫୁଲ ଗଛ ପାଇଁ ନାବାଳିକାଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ । ନାବାଳିକାଙ୍କ ମାଆ ଏଭଳି ଅଭିଯୋଗ ଆଣିଛନ୍ତି । ମୟୂରଭଞ୍ଜ ଉଦଳା ଭାଲୁହୁରୁଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗତକାଲି ୧୨ ବର୍ଷର ଝିଅ ସରସ୍ୱତୀକୁ ପଡୋଶୀଙ୍କ ଘରେ ଛାଡି ଭୁବନେଶ୍ୱର ଆସିଥିଲେ ସୀତା ହାଁସଦା । ଭୁବନେଶ୍ୱର ଆସିବା ପରେ ପଡୋଶୀ ସୀତାଙ୍କୁ ଫୋନ କରି ତାଙ୍କ ଝିଅ ଗେଣ୍ଡୁ ଗଛ ଚୋରି କରିଥିବା କହିଥିଲେ ।
କିନ୍ତୁ ରାତିରେ ସୀତା ଆସି ଘରେ ପହଞ୍ଚିବା ପରେ ଝିଅର ଝୁଲନ୍ତା ମୃତଦେହ ଘରେ ଦେଖିବାକୁ ପାଇଥିଲେ । ସରସ୍ୱତୀଙ୍କ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ମଧ୍ୟ ରହିଛି । ଗେଣ୍ଡୁ ଗଛ ଚୋରି କରିବାରୁ ପଡୋଶୀ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ସୀତା । ଏନେଇ ସୀତା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଗତକାଲି ମଧ୍ୟାହ୍ନରେ ତାଙ୍କ ଝିଅ ବାଡିରୁ ଗେଣ୍ଡୁ ଗଛ ଚୋରି କରିଥିବା କଥା ସୀତାଙ୍କୁ ଫୋନ କରି କହିଥିଲେ ତାଙ୍କ ପଡୋଶୀ । କିନ୍ତୁ ରାତିରେ ଆସି ସୀତା ଏବଂ ତାଙ୍କ ସ୍ବାମୀ ଘରେ ପହଂଚିବାରୁ ଘର ଦ୍ବାର ମୁହଁ ନିକଟରେ ୧୨ ବର୍ଷର ଝିଅ ସରସ୍ବତୀର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ସରସ୍ବତୀ ବେକରେ ଏକ ଓଢଣୀ ଲଗାଇ ଝୁଲିଥିବା ବେଳେ ତାର ଶରୀରରେ ମାଡ଼ ଚିହ୍ନ ରହିଛି । ଯାହାକି ଗେଣ୍ଡୁ ଗଛ ଚୋରି କରିବାରୁ ପଡୋଶୀ ତାଙ୍କ ଝିଅ ସରସ୍ବତୀକୁ ନିର୍ଘାତ ମାଡ଼ ମାରି ହତ୍ୟା କରିବା ପରେ ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ମା। ଏ ନେଇ ଉଦଳା ପୋଲିସ କୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।