ଅଞ୍ଚଳ ର ପ୍ରସିଦ୍ଧ ବଡ଼ଗଡ଼ ର ମାଁ ପୋଲକାଶୁଣି ଙ୍କ ଯାତ୍ରା ଆସନ୍ତା ମାର୍ଚ୍ଚ 18 ତାରିଖ ରୁ ଶୁଭାରମ୍ଭ ହୋଇ 24 ତାରିଖ ପର୍ଯ୍ୟନ୍ତ 7 ଦିନ ବ୍ୟାପି ଚାଲିବ I ଏଥି ନିମନ୍ତେ 16 ଫେବୃଆରୀ ଶୁକ୍ରବାର ସନ୍ଧ୍ୟା ରେ ଢୋଲ, ବାଦ୍ୟ, ବାଜଣା ସହ ଶୁଭଖୁଣ୍ଟି ନଗର ଭ୍ରମଣ କରାଯାଇ ସ୍ଥାପନା କରାଯାଇଥିଲା l ଯାତ୍ରା ଦିନରେ ମାଁ ଙ୍କୁ ମନ୍ଦିର ର ରୁ ଅଣାଯାଇ ଅସ୍ଥାୟୀ ମଣ୍ଡପ ରେ ବିଜେ କରାଯିବ l ଏହି ଦିନରେ ସ୍ୱତନ୍ତ୍ର ପୂଜା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଗୁରୁବାର ଯାତ୍ରା କାର୍ଯ୍ୟାଳୟ ଉଦଘାଟନ କରାଯାଇଛି Iକମିଟି ର ହରି କୃଷ୍ଣ ରଥ,ରାଧାମୋହନ ସ୍ୱାଇଁ,ଜୟରାମ ମହାନ୍ତି ରଶ୍ମିରଂଜନ ଦାସ,ଅକ୍ଷୟ ସରାବ ଗୌରାଙ୍ଗ ପଢ଼ିଆରୀ, ସମେତ ବହୁ ସଦସ୍ୟ ଓ ଗ୍ରାମବାସୀ ଯୋଗ ଦେଇଥିଲେ l ଯାତ୍ରା କୁ ଶ୍ରଦ୍ଧାଳୁ ଙ୍କ ଭିଡ ଜମିବା ଦୃଷ୍ଟିରୁ ଆବଶ୍ୟକ ପରିଚାଳନା ଉପରେ ଆଲୋଚନା ହୋଇଥିଲା