ଭୁବନେଶ୍ବର : ଜାଁଳା ଫାଣ୍ଡି ପରିସର ଏକ କାର୍ରୁ ମହିଳାଙ୍କ ଗଳିତ ମୃତଦେହ ମିଳିବା ଘଟଣା । ଆଜି କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଲଗାଯିବ ସ୍କେଚ୍ ପୋଷ୍ଟର । ଭୁବନେଶ୍ବର ରେଲୱ ଷ୍ଟେସନ, ବରମୁଣ୍ଡା ବସଷ୍ଟାଣ୍ଡ, ବିଭିନ୍ନ ଅଟୋ ଷ୍ଟାଣ୍ଡ, ଜଟଣୀ, ଖୋର୍ଦ୍ଧା ଆଦି ସ୍ଥାନରେ ସ୍କେଚ ପୋଷ୍ଟର ଲଗାଇବ ପୋଲିସ । ଏହାସହ ବାହାର ରାଜ୍ୟରୁ ଆସୁଥିବା ବସ୍ ଓ ଅନ୍ୟ ଗାଡିରେ ମଧ୍ୟ ଏହି ସ୍କେଚ ଲଗାଇବ ।ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖରେ ମହିଳାଙ୍କ ମୁଖ ମଣ୍ଡଳ (ରିକନ୍ଷ୍ଟ୍ରକସନ)ର ସ୍କେଚ୍ ଆସିଥିଲା । ବେଙ୍ଗାଲୁରୁର ଏକ ବେସରକାରୀ ସଂସ୍ଥାର ଲ୍ୟାବ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। ନରକଙ୍କାଳ ନମୁନାରୁ ସ୍କଲ୍ ମ୍ୟାପିଂ ସହ ଡାଟାବେସକୁ ଆଧାର କରାଯାଇ ସ୍କେଚ୍ ତିଆରି ହୋଇଥିଲା। ମହିଳାଙ୍କ ସ୍କେଚ୍କୁ କମିଶନରେଟ୍ ପୁଲିସ୍ ପକ୍ଷରୁ ଜାରି କରାଯାଇଥିଲା। ଏନେଇ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଥିଲେ । ମହିଳାଙ୍କ ଚିହ୍ନଟ ପାଇଁ ପୁଲିସ ସ୍କେଚ୍କୁ ବିଭିନ୍ନ ସର୍ବସାଧାରଣ ସ୍ଥାରେ ପୋଷ୍ଟର ଲାଗାଯିବକୁ ପୋଲିସ ଯୋଜନା କରିଥିଲେ।