ଉତ୍ତରପ୍ରଦେଶ ପ୍ରୟାଗରାଜରେ ବଡ ସଡକ ଦୁର୍ଘଟଣା । କୁମ୍ଭମେଳା ଯାତ୍ରା କରୁଥିବା ୧୦ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଛି । ୧୯ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ହସ୍ପିଟାଲ୍ ପହଞ୍ଚାଇବା ସହ ମୃତ ଶବକୁ ଶବ ଗୃହରେ ରଖାଯାଇଛି ।
ସୂଚନା ଅନୁସାରେ, ଗତକାଲି ରାତିରେ ପ୍ରୟାଗରାଜ-ମିର୍ଜାପୁର ହାଇୱେ ଉପରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଶ୍ରଦ୍ଧାଳୁଙ୍କୁ ନେଇ ଯାତ୍ରା କରୁଥିଲା ବୋଲେରୋ କାର୍ ଏବଂ ଏକ ଯାତ୍ରୀବାହି ବସ୍ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ହୋଇଯାଇଛି । ବୋଲେରୋ ଗାଡିରେ ୨୫ ବର୍ଷରୁ ୪୫ବର୍ଷ ବୟସର ସମସ୍ତେ ପୁରୁଷ ଯାତ୍ରା କରୁଥିଲେ । ଆଉ ଏହି ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେପଟେ ବସରେ ଥିବା ୧୯ଯାତ୍ରୀ ବି ଗୁରୁତର ଆହତ ହୋଇଛନ୍ତି । ଆହତ ଯାତ୍ରୀମାନେ କୁମ୍ଭ ମେଳାରେ ସଂଘମ ସ୍ନାନ ସାରି ବାରଣାସୀ ଯାତ୍ରା କରୁଥିଲେ । ସମସ୍ତ ଆହାତ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଅନ୍ୟପଟେ, ଘଟଣାସ୍ଥଳରେ ପହଞ୍ଚି ଘଟଣା ବାବଦରେ ପଚାରି ବୁଝିବା ସହ, ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏବଂ ଆହତ ଯାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।