ପ୍ରେମ କେତେବେଳେ ଦୁଇ ମଣିଷକୁ ଏକତ୍ର କରେ ତ , ଆଉ କେବେ ପ୍ରେମ ଦୁଇଟି ମଣିଷକୁ ବିଛିନ୍ନ କରିଦିଏ । ପ୍ରେମ କେବେ ଜାତି, ଭେଦ, ରଙ୍ଗ ଓ ରୂପ ଦେଖିନଥାଏ , ସେଥିପାଇଁ କୁହାଯାଏ ପ୍ରେମ ଅନ୍ଧ । ପ୍ରେମ ଗୋଲାପ ଫୁଲ ପରି କେବେ ସୁନ୍ଦର ଆଉ କେବେ ଗୋଲାପ ରଙ୍ଗ ଭଳି ରକ୍ତ ରଞ୍ôଚତ ହୋଇଥାଏ । ଠିକ୍ ସେହିପରି ପ୍ରେମିକାର ସ୍ୱାମୀ ବାଟର କଣ୍ଟା ହୋଇଥିବା ବେଳେ, ପ୍ରମିକର ସ୍ୱାମୀଙ୍କୁ ୬ ଖଣ୍ଡ କଲା ପ୍ରମିକ । ଏଭଳି ଘଟଣା ଘଟିଛି ରାଜସ୍ଥାନ ପାଲି ଅଞ୍ଚଳରେ । ପ୍ରେମ ରାସ୍ତରେ କଣ୍ଟା ସାଜିଥିଲା ପ୍ରେମିକାର ସ୍ୱାମୀ । ଶେଷରେ ସବୁଦିନ ପାଇଁ ରାସ୍ତାରୁ ହଟାଇଦେଲା ଅନ୍ଧ ପ୍ରେମିକ । ବିବାହିତା ପ୍ରମିକାକୁ ପାଇବାକୁ ତାଙ୍କର ସ୍ୱାମୀକୁ ନିର୍ମମ ଭାବେ ହତ୍ୟା କରିଲା ଏବଂ ମୃତଦେହ କାଟି ଖଣ୍ଡ ଖଣ୍ଡ କରିଦେଲା । ରାଜସ୍ଥାନ ପାଲି ଅଞ୍ଚଳରେ ଏଭଳି ହତ୍ୟାକାଣ୍ଡ ଘଟିଛି । ମୃତ ବ୍ୟକ୍ତି ହେଉଛନ୍ତି ୩୩ ବର୍ଷୀୟ ଯୋଗେନ୍ଦ୍ର । ତାଙ୍କ ପତ୍ନୀଙ୍କ ସହ ମଦନଲାଲ ନାମକ ଯୁବକଙ୍କ ଅବୈଧ ସମ୍ପର୍କ ଥିଲା । ସେଥିପାଇଁ ସେ ଯୋଗେନ୍ଦ୍ରଙ୍କୁ ହତ୍ୟଆ କରିବା ପରେ କାଟି ଟିକ୍ ଟିକ୍ କରି ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଉଥିବା ସୂଚନା ।
ସୂଚନା ମୁତାବକ, ଅଭିଯୁକ୍ତର ଘର ଠାରୁ ୧୦୦ ମିଟର ଦୂରରେ ଏକ ବଗିଚାରେ ୩୩ ବର୍ଷୀୟ ଯୋଗେନ୍ଦ୍ରଙ୍କ କଟା ମୁଣ୍ଡ, ହାତ, ଓ ପାଦ ଠାବ ହୋଇଛି । ହତ୍ୟାକାରୀ ମଦନଲାଲ ଏହିସବୁ ଅଙ୍ଗ ଗୁଡିକୁ ବଗିଚାରେ ପୋତି ଦେଇ ଏହା ଉପରେ ଆମ୍ବ ଗଛ ଲଗାଇଥିଲା । ଆଉ କିଛି ଶରୀରର ଅଂଶକୁ ଏକ ଜଙ୍ଗଲ ମଧ୍ୟରେ ପୋତି ଦେଇଥିଲା । ପୋଲିସ ମଦନଲାଲକୁ ଗିରଫ କରି ପଚରାଉଚରା କରୁଛି । ଗତ ୧୩ ତାରିଖ ଦିନ ମୃତ ଯୋଗେନ୍ଦ୍ରଙ୍କ ବାପା ଥାନାରେ ତାଙ୍କର ନିଖୋଜ ଅଭିଯୋଗ କରିବା ପରେ ଏହି ମାମଲା ପଦାକୁ ଆସିଛି ।ପୋଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ଛାନଭିନ୍ ଜାରି ରଖିଛି ।