ଯାଜପୁର : ପ୍ରେମିକର ପାଗଳାମୀ । ବାବା ବେଶରେ ଆସି ପ୍ରେମିକାଙ୍କ ଘରେ ଯୁବକ ହଟାହଟ ହୋଇଛନ୍ତି । ହେଲେ ସେ ଜାଣିନଥିଲେ ତାଙ୍କର ଏହି ପ୍ଲାନ୍ ଫସର ଫାଟିଯିବ ଓ ତାଙ୍କୁ ସିଧା ପୋଲିସ୍ ଷ୍ଟେସନ ଯିବାକୁ ପଡ଼ିବ। ଯାଜପୁର ରୋଡ୍ ଥାନା ଫେରୋକ୍ରୋମ ଗେଟ୍ କଲୋନୀ ନିକଟରେ ଘଟିଛି ଏଭଳି କିଛି ଘଟଣା। ପ୍ରେମିକାକୁ ଭେଟିବାକୁ ଆସି ହଟହଟା ହୋଇଛନ୍ତି ପ୍ରେମିକ। ସୂଚନା ଅନୁସାରେ, ପ୍ରେମିକାକୁ ଭେଟିବା ପାଇଁ ସମ୍ପୃକ୍ତ ଯୁବକ ବାବା ବେଶ ହୋଇ ଆସିଥିଲେ। ହେଲେ ପିଲା ଚୋର ସନ୍ଦେହରେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ପୋଲିସ୍ରେ ଜିମା ଦେଇଥିଲେ। ଯୁବକ ଜଣକ ଅନୁଗୁଳ ଅଞ୍ଚଳର ଓ ସେ ଯୁକ୍ତ ୨ ଛାତ୍ର ବୋଲି ଜଣାପଡ଼ିଛି। ପୋଲିସ୍ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।