ଏନ୍ଏନ୍ଏସ ଓଡିଆ: ପ୍ରେମ ପାଇଁ କିଛି ବି କରିବେ । ଭାରତୀୟ ଯୁବକଙ୍କ ପ୍ରେମରେ ପାଗଳ ହେଉଛନ୍ତି ବିଦେଶିନୀ ମହିଳା । ନିକଟରେ ଦେଖିବାକୁ ମିଳିଥିଲା, ପାକିସ୍ତାନର ଜଣେ ମହିଳା ପ୍ରେମ ପାଇଁ ସାତଦରିଆ ଡେଇଁ ଭାରତ ଆସିଯାଇଥିଲେ । ଯାହାକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ପୁଣି ସାମ୍ନାକୁ ଆସିଛି ଆଉ ଏକ ଘଟଣା । ଇନଷ୍ଟାଗ୍ରାମରୁ ଚାଟିଂ ପରେ ଆରମ୍ଭ ହୋଇଥିଲା ପ୍ରେମ । ପ୍ରେମିକକୁ ପାଇବାକୁ ଭାରତରେ ପହଞ୍ଚିଲେ ପୋଲାଣ୍ଡ ମହିଳା ।ଇନଷ୍ଟାଗ୍ରାମରୁ ପରିଚିତ, ପରେ ପରେ ଚାଟିଂ କରୁ କରୁ ହୋଇଗଲା ପ୍ରେମ । ପ୍ରେମିକକୁ ଦେଖା କରିବାକୁ ଆଖିରୁ ନିଦ ହଜିଗଲା । ଶେଷରେ ସାତ ସମୁଦ୍ର ତେର ନଈ ପାର କରି ପ୍ରେମିକ ପାଖରେ ପହଞ୍ଚିଛନ୍ତି ପୋଲାଣ୍ଡ ପ୍ରେମିକା । ପୋଲାଣ୍ଡ ଛାଡି ଭାରତ ପହଞ୍ଚିବା ପରେ ଝାଡଖଣ୍ଡରେ ପ୍ରେମିକଙ୍କୁ ଭେଟିଛନ୍ତି ବିଦେଶିନୀ ପ୍ରେମିକା । ଏହି ପ୍ରେମ ସମ୍ପର୍କକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।ମହିଳାଙ୍କ ନାମ ହେଉଛି ପୋଲକ ବାର୍ବରା । ସେ ଭାରତରେ ପହଞ୍ଚିବା ପରେ ଝାଡଖଣ୍ଡର ଯୁବକ ଶାଦବାଙ୍କ ହଜାରୀବାଗ ଖୁଟରା ଗାଁରେ ରହୁଛନ୍ତି । ବାର୍ବରା ଓତାଙ୍କ ସ୍ବାମୀଙ୍କ ଛାଡପତ୍ର ହୋଇଥିବା ବେଳେ ସେ ଏବେ ପ୍ରେମିକ ଶାଦବାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ଶାଦବା ତାଙ୍କୁ ବିବାହ କରି ପୋଲାଣ୍ଡରେ ରୁହନ୍ତି ବୋଲି ଚାହୁଁଛନ୍ତି ପୋଲକ ବାର୍ବରା । ମହିଳାଙ୍କ ବୟସ ୪୫ ବର୍ଷ ହୋଇଥିବା ବେଳେ ଯୁବକଙ୍କ ବୟସ ୩୫ ବର୍ଷ ।ବାର୍ବରା ଓ ଶାଦବା ୨୦୨୧ ପରସ୍ପରକୁ ଇନଷ୍ଟାଗ୍ରାମରୁ ଜାଣିଥିଲେ । ପ୍ରଥମେ ବନ୍ଧୁତ୍ବ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ପ୍ରତ୍ୟେକ ଦିନ ଉଭୟ ଇନଷ୍ଟାଗ୍ରାମରେ ଚାଟିଂ କରନ୍ତି । ଏହାପରେ ପ୍ରେମିକୁ ଦେଖିବାକୁ ଅସ୍ତିର ହୋଇଗଲା ବିଦେଶିନୀ ପ୍ରେମିକାର ମନ । ଶେଷରେ ଭାରତ ଆସିବାକୁ ଭିସା ପାଇଁ ଆବେଦନ କରିଥିଲେ । କିଛି ଦିନ ପୂର୍ବରୁ ଭିସା ପାଇବା ମାତ୍ରେ ଝାଡଖଣ୍ଡରେ ପହଞ୍ଚିଥିଲେ । ହୋଟେଲରେ କିଛି ଦିନ ରହିବା ପରେ ସେ ଗତ ପାଞ୍ଚ ଦିନ ଧରି ପ୍ରେମିକଙ୍କ ପାଖରେ ରହୁଛନ୍ତି । ବିଦେଶୀ ମହିଳା ହଜାରୀବାଗରେ ପହଞ୍ଚିବା ଖବର ପାଇବା ପରେ ହଜାରୀବାଗ ମୁଖ୍ୟାଳୟର ଡିଏସପି ରାଜୀବ କୁମାର ଓ ଇନ୍ସପେକ୍ଟର ଅଭିଷେକ କୁମାର ତାଙ୍କ ସହ କଥା ହୋଇଛନ୍ତି । ସେ ପୋଲିସ ଅଧିକାରୀଙ୍କୁ ତାଙ୍କ ଭିସା ଦେଖାଇଥିଲେ। ଆଗାମୀ ଦିନରେ ସେ ନିଜ ଦେଶକୁ ଫେରିବେ ବୋଲି କହିଛନ୍ତି ।