ଜଳେଶ୍ୱର: ପ୍ରସାଦ ସେବନ କରି ୫୦ରୁ ଉର୍ଦ୍ଧ୍ବ ଗୁରୁତର । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ବସ୍ତା ବ୍ଲକ ଗିଲାଜୁଡି ଗାଁରେ । ଅଭିଯୋଗ ଅନୁସାରେ ଗିଲାଜୁଡି ଗାଁରେ ଭଗବତୀଙ୍କର ପୂଜା ହୋଇଥିଲା । ଏଥିରେ ୮୦୦ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ଗିଲାଜୁଡି ତଥା ଆଖପାଖ ଗାଁର ଲୋକମାନେ ପ୍ରସାଦ ସେବନ କରିଥିଲେ । ତେବେ ସନ୍ଧ୍ୟାରେ ଗିଲାଜୁଡିର କିଛି ଲୋକଙ୍କୁ ଝାଡା ଓ ବାନ୍ତି ହୋଇଥିଲା । ଆକ୍ରାନ୍ତମାନଙ୍କୁ ପ୍ରଥମେ ପାଉଁଶକୁଲି ସ୍ବାସ୍ଥ୍ୟ କେନ୍ଦ୍ର ପରେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ତେବେ ଗିଲାଜୁଡି, ତଥା ଆଖପାଖ ଗ୍ରାମରେ ସମସ୍ତ ଲୋକେ ପ୍ରସାଦ ସେବନ କରିଥିଲେ । ପ୍ରଥମେ ଗ୍ରାମର କିଛି ଲୋକଙ୍କୁ ଝାଡା ଓ ବାନ୍ତି ହୋଇଥିଲା । ପରେ ଆକ୍ରାନ୍ତଙ୍କ ସଂଖ୍ୟା 50କୁ ବୃଦ୍ଧି ପାଇଛି । ଆକ୍ରାନ୍ତ ମାନଙ୍କୁ ପ୍ରଥମେ ପାଉଁଶକୁଲି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଗୁରୁତରଙ୍କ ମଧ୍ୟରେ ଅଧିକ ଛୋଟ ପିଲା ରହିଛନ୍ତି ।