ଜାତୀୟ ଶିକ୍ଷାନୀତି ନେଇ ଦୁଇଦିନିଆ ପାଠଚକ୍ର ଉଦ୍ଘାଟିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଅନୁଷ୍ଠିତ ଏହି ପାଠଚକ୍ରକୁ ପ୍ରଫେସର ଡଃ ବିମଳ ଚରଣ ସ୍ବାଇଁ ଉଦ୍ଘାଟନ କରିଥିଲେ। ଅଧ୍ୟକ୍ଷ ଡଃ କାର୍ତ୍ତିକେଶ୍ଵର ରାହୁଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କୁନାଲ ପବ୍ଲିକେଶନର ପ୍ରକାଶକ ପ୍ରେମସିଂ ବିଷ୍ଟ, ବରିଷ୍ଠ ପ୍ରଶିକ୍ଷକ ନିର୍ମଳ ଚନ୍ଦ୍ର ସେଠୀ,ପ୍ରଫୁଲ୍ଲ କୁମାର ଗୋଚ୍ଛାୟତ, ସୌରବ କୁମାର ନାୟକ ପ୍ରମୁଖ ଯୋଗଦେଇ ଜାତୀୟ ଶିକ୍ଷା ନିତି- ୨୦୨୦ ଶିକ୍ଷା ଜଗତକୁ ନୂତନ ଦିଗଦର୍ଶନ ଦେବ ବୋଲି କହିଥିବା ବେଳେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଅତିଥିଙ୍କ ଦ୍ବାରା ସୈଖିକ ଗବେଷଣା ସମ୍ବଳିତ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ପ୍ରାରମ୍ଭରେ ବରିଷ୍ଠ ପ୍ରଶିକ୍ଷକ ଡଃ ପ୍ରଦିପ କୁମାର ନାୟକ ଅତିଥି ପରିଚୟ ରଖିଥିଲେ। କାର୍ଯ୍ୟକ୍ରମକୁ ଭବାନୀ ଶଙ୍କର ଦାସ,ବିଜୟୀନି ମହାପାତ୍ର, ରେଖା ମିଶ୍ର, ବିଜୟୀନି ସ୍ୱାଇଁ,ମଧୁସ୍ମିତା ତ୍ରୀପାଠୀ,ପଦ୍ମୀନି ବେହେରା,ରାଜୀବ କୁମାର ରାୟଗୁରୁ ପ୍ରମୁଖ ପରିଚାଳନା କରିଥିଲେ। ଏଥିରେ ବିଇଓ,ଏବିଇଓ,ସିଆରସିସି ,ଶିକ୍ଷକ ଓ ଗୁରୁ ଛାତ୍ର ଛାତ୍ରୀ ମାନେ ଯୋଗଦେଇଥିଲେ।