ଭୁବନେଶ୍ବର ଜନତା ମଇଦାନରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ମହାକୁମ୍ଭ । ଯୁବ ସମାବେଶରୁ ଆରମ୍ଭ ହେଲା ୩ ଦିନିଆ ସମ୍ମିଳନୀ । ପ୍ରଦୀପ ପ୍ରଜ୍ବଳନ କରି ସ୍ବାଗତ ଭାଷଣ ଦେଇଥିଲେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରେଟା । କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ଆରମ୍ଭ କରିଥିଲେ କାର୍ଯ୍ୟକ୍ରମ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ମିଳନୀରେ ଯୋଗଦେଇ ଅଭିଭାଷଣ ରଖିଥିଲେ । ‘ବିୟଣ୍ଡ ବର୍ଡରସ: ଡାୟସପୋରା ୟୁଥ ଲିଡରସିପ ଇନ ଏ ଗ୍ଲୋବାଲାଇଜଡ ୱାର୍ଲଡ ‘ ଶୀର୍ଷକରେ ପ୍ରଥମ ପ୍ଲାନାରୀ ସେସନ ଥିଲା । ତ୍ରିଦିବସୀୟ ପ୍ରବସୀ ଭାରତ ସମ୍ମିଳନୀ ବୁଧବାର ଠାରୁ ପ୍ରଥମ ଥର ପାଇଁ ଓଡ଼ିଶାରେ ଭୁବନେଶ୍ୱରରେ ଆରମ୍ଭ ହୋଇଛିI ତାହା ଆସନ୍ତା ଦଶ ଯାଏ ଚାଲିବ I କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, କେନ୍ଦ୍ର ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଶୁଭ ଉଦଘାଟନ କରିଛନ୍ତି I ମାତ୍ର ଦୁଃଖର ବିଷୟ ଏହି ବିଶ୍ୱସ୍ତରୀୟ ସମ୍ମିଳନୀ ଶୁଭାରମ୍ଭ ଅବସରରେ ଜାତୀୟ ସଂଗୀତ “ଜନଗଣ ମନ..” ଓ ରାଜ୍ୟ ସଂଗୀତ – “ବନ୍ଦେ ଉତ୍କଳ ଜନନୀ” ପରିବେଷଣ କରାଯାଇନାହିଁ I ଏହାକୁ ନେଇ ଅନେକ କ୍ଷୋଭ ପ୍ରକାଶ କରିଛନ୍ତି I କାନ୍ତକବିଙ୍କ ପୌତ୍ର ତଥା ବରିଷ୍ଠ ସାମ୍ବାଦିକ ଓ ସାହିତ୍ୟିକ ଗୁରୁକଲ୍ୟାଣ ମହାପାତ୍ର କହିଛନ୍ତି ଯେ, ଆରମ୍ଭରୁ କାନ୍ତକବିଙ୍କ ରଚିତ ଓଡ଼ିଶାର ପ୍ରାଦେଶିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ବା ଭାରତର ର।ଷ୍ଟୀୟ ସଙ୍ଗୀତ ଜନଗଣ ମନ ଅଧିନାୟକ ବୋଲା ନଯିବା ଦୁର୍ଭାଗ୍ୟଜନକ I ଶ୍ରୀ ମହାପାତ୍ର ପୁଣି କହିଛନ୍ତି ,କରୋନା କାଳରେ ଏହି ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଏକସଙ୍ଗେ ସମଗ୍ର ବିଶ୍ୱରେ କୋଟି କୋଟି ଓଡ଼ିଆ ଗାନକରି କାରୋନା ଯୋଦ୍ଧା ତଥା ପ୍ରପୀଡ଼ିତ ରୋଗୀଙ୍କୁ ସାହସ ଓ ଆଶ୍ଵସନା ଦେଇଥିଲେ। ଏ କି ରାଷ୍ଟ୍ରୀୟତା? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପରି ଦାୟିତ୍ବହୀନ କାର୍ଯ୍ୟକୁ କେବେ ବି କ୍ଷମା ଦେବେ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।