ଆସନ୍ତା କିଛି ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । । ସାମ୍ଭାବ୍ୟ ସ୍ଥିତିକୁ ଦେଖି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ପ୍ରବଳବର୍ଷା ଯୋଗୁଁ ଅକସ୍ମାତ ବନ୍ୟା ସ୍ଥିତି ସହ ୫ ଜିଲ୍ଲାରେ ଭୂସ୍ଖଳନର ସମ୍ଭାବନା ଥିବା ଟ୍ୱିଟ୍ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଭୂସ୍ଖଳନର ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି ।ଏହାବ୍ୟତୀତ କିଛି ଜିଲ୍ଲାରେ ପ୍ରବଳ ବର୍ଷାରୁ ଅକସ୍ମାତ ବନ୍ୟା ସ୍ଥିତିର ଆଶଙ୍କା ମଧ୍ୟ ରହିଛି । ସେହିପରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟାପ୍ରତି
୪୦ ରୁ ୫୦କିମି ବେଗରେ ଝଡ଼ପବନ ସମ୍ଭାବନା ହେତୁ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଅନ୍ୟପଟେ ଆଜି ମାନକାନାଗିରି, କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବା ବେଳେ ଏହି ଜିଲ୍ଲାଗୁଡିକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି । ସେହିପରି ନୂଆପଡା, ବଲାଙ୍ଗିର, କନ୍ଧମାଳ, ରାୟଗଡା, ଗଜପତି, ଗଞ୍ଜାମ, ଓ ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।