ସୋରଡ଼ା ବ୍ଲକ ସ୍ତରୀୟ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ପ୍ରଧାନ ଶିକ୍ଷକ ମାନଙ୍କ ସମିଳନୀ ବୈଠକ ଶନିବାର ମାଧ୍ୟାର୍ହ୍ନ ଗେଞ୍ଜା ଭେଜିପଲୀ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରିୟ ଦର୍ଶିନୀ ନାୟକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶୀଳା ପାତ୍ର, ବିଜୟ ମଣ୍ଡଳ ଯୋଗ ଦେଇଥିଲେ l ମୁଖ୍ୟ ତ ଉଚ୍ଚ ବିଦ୍ୟାଳୟ ମାନଙ୍କ ରେ ଶିକ୍ଷା କ୍ଲବ ର ସୁ ପରିଚାଳନା, ପରୀକ୍ଷା ଆୟୋଜନ ଓ ପରିଚାଳନା, ଅଧାରୁ ପାଠ ଛାଡୁଥିବା ବିଦ୍ୟାର୍ଥୀ ଙ୍କୁ ପୁଣି ବିଦ୍ୟାଳୟ କୁ ଫେରାଇ ଆଣିବା, ଶିକ୍ଷାନୁଷ୍ଠାନ ଭିତ୍ତି ଭୂମି କୁ ସୁଦୃଢ କରିବା, ବ୍ୟାପକ ବୃକ୍ଷ ରୋପଣ କରିବା, ଖେଳ କୁଦ ପ୍ରତିଯୋଗିତା ମାନ ଆୟୋଜନ କରି ଶାରୀରିକ ଦକ୍ଷତା ର ବିକାଶ କରାଇବା ଉପରେ ଆଲୋଚନା ହୋଇଥିଲା l ଅତିଥି ଭାବେ ବୋରୋଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯଦୁମଣି ତରାଇ, ଅସୁରବନ୍ଧ ଆଶ୍ରମିକ ବିଦ୍ୟାଳୟ ର ସୁଶାନ୍ତ ପାଢ଼ୀ ଯୋଗ ଦେଇଥିଲେ I ସମସ୍ତ ପ୍ରଧାନ ଶିକ୍ଷକ ନିଜ ବିଦ୍ୟାଳୟ କୁ ବିଭିର୍ଣ୍ଣ କ୍ଷେତ୍ରରେ ପାରଦର୍ଶିତା ଲାଭ କରାଇବାକୁ ଜାଗ୍ରତ ହେବା ଆବଶ୍ୟକ I ଅଂଚଳ ର ଆଗାମୀ ଭବିଷ୍ୟତ ଭାବେ ବିଦ୍ୟାର୍ଥୀ ନିଜର ଉତ୍କୃଷ୍ଟ ଶିକ୍ଷା ଗ୍ରହଣ କଲେ ହିଁ ସାମୁହିକ ବିକାଶ ହୋଇପାରିବ I ଶୃଙ୍ଖଳିତ ବାତାବରଣ ତିଆରି କରି ପ୍ରତି ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ଗ୍ରହଣ ପ୍ରତି ଆକୃଷ୍ଟ କରାଇବାକୁ ଚେଷ୍ଠା ଜାରି ରଖିବାକୁ କୁହା ଯାଇଥିଲା I ପ୍ରଧାନ ଶିକ୍ଷକ ଅରସୁଲୁ ସେଠି ପରିଚାଳନା କରିଥିଲେ ଏଥିରେ ବ୍ଲକ ର 33 ଟି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ |