ନୂଆପଡା – ୨୭/୦୭/୨୪ -ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଜାଦ ଚୌକା ଶାଖା ପକ୍ଷ ରୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ରେ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଆଜାଦ ଚୌକ ଶାଖା ରେ ମଞ୍ଜୁଳା ଗହିର ଏକ ଖାତା ଖୋଲି ଥିଲେ ତାଙ୍କ ଖାତାରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ରେ ବାର୍ଷିକ ୪୩୬ ଟଙ୍କା ଡିପୋଜିଟ କରୁଥିଲେ । କୌଣସି କାରଣ ବସତ୍ ତାଙ୍କ ମୃତ୍ୟୁ ହୋଇଥିଲା। ଫଲରେ ତାଙ୍କ ବୀମା ନେଇ ତାଙ୍କ ମୃତ୍ୟୁ ହେବାର ମାତ୍ର ୩୦ ଦିନ ମଧ୍ୟରେ ତାଙ୍କ ବ୍ୟାଙ୍କ ଖାତାରେ ମନୋନୀତ ବ୍ୟକ୍ତି (ନୋମିନି) ତାଙ୍କ ସ୍ବାମୀ ଭୋଲାନାଥ ଗହିର ଙ୍କୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। ୨ ଲକ୍ଷ ର ଏକ ଚେକ୍ ଭୋଲାନାଥ ଗହିର ଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଜାଦ ଚୌକା ଶାଖା ମୁଖ୍ୟ ପ୍ରବନ୍ଧକ ଚନ୍ଦନ ମିଶ୍ର ପ୍ରଦାନ କରିଛନ୍ତି।