କରୋନାକୁ ମାତ୍ ଦେବାକୁ ଯୁବାବର୍ଗ ପ୍ରସ୍ତୁତ ରହିଥିବା ଦେଖାଯାଇଛି । ସେଥିଲାଗି ପ୍ରଥମ ଦିନରେ ୧ କୋଟିରୁ ଅଧିକ ଲୋକ ପଞ୍ଜୀକରଣ କରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହି ଅଭିଯାନରେ ୧୮ରୁ ୪୪ ବୟସ୍କଙ୍କୁ ମାଗଣା ଟିକାକରଣ ଲାଗି ନାଁ ପଞ୍ଜୀକରଣ ଆରମ୍ଭ ହୋଇଛି । ତୃତୀୟ ପର୍ଯ୍ୟାୟରେ ଯୁବ ବର୍ଗଙ୍କୁ ଟିକାକରଣ ପାଇଁ ସରକାର ଘୋଷଣା କରିବା ପରେ ୧୮ରୁ ୪୪ ବର୍ଷ ଭିତରେ ସମସ୍ତ ଟିକା ନେବା ପାଇଁ ପଞ୍ଜୀକରଣକୁ ଅପେକ୍ଷା କରି ରହିଥିଲେ । ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମୟ ଅନୁସାରେ ଗତକାଲି ଅପରାହ୍ଣ ୪ଟାରୁ ରେଜିଷ୍ଟ୍ରେସନ୍ ଆରମ୍ଭ ହୋଇଥିଲା । କୋ-ଓ୍ୱିନ୍ ପୋର୍ଟାଲ, ଆରୋଗ୍ୟ ସେତୁ ଆପ୍ ଓ ଉମଙ୍ଗ ଆପ୍ ମଧ୍ୟରୁ ଯେ କୌଣସିରେ ନାଁ ପଞ୍ଜୀକରଣ କରାଯାଇପାରୁଛି ।