ଭୁବନେଶ୍ୱର : ଦୀର୍ଘ ମାସ ପରେ ମହାମାରୀ କରୋନାର କୋପ କମିବାକୁ ଲାଗିଥିବା ବେଳେ ଟିକା ଆସିବା ପରଠୁ ଏହାକୁ ନେଇ ଭୟ ଦୂର ହେବାରେ ଲାଗିଛି। ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ସମ୍ଭାବନା ଦେଖାଦେଇଛି। ତେବେ କେବେଠୁ ଆରମ୍ଭ ହେବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବାକୁ ଏସଓପି ପ୍ରସ୍ତୁତ କରାଯାଉଛି। ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଏସଆରସି ମାର୍ଗଦର୍ଶିକା ଜାରି କରିଛନ୍ତି। ଅଙ୍ଗନବାଡ଼ି ଯେହେତୁ ଖୋଲି ସାରିଲାଣି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟ ଖୁବ୍ ଶୀଘ୍ର ଖୋଲାଯିବ।