<h3 style="text-align: left;">କେନ୍ଦ୍ରାପଡା, ୨୪/୦୪/୨୪: ପ୍ରତିବାଦ କରିବାରୁ ବଡ଼ବାବୁଙ୍କ ରାଗ ଚଢ଼ିଗଲା, ସୂଚନା ଅଧିକାର କର୍ମୀଙ୍କୁ ମାଡ଼ ମାରିଲେ। ଏ କି ପ୍ରକାରର ବ୍ୟବସ୍ଥା। ମାଡ଼ ମାରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ସରକାରୀ ସହକାରୀ ଯନ୍ତ୍ରୀ। ଆଉ ମାଡ଼ ଖାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ସୂଚନା ଅଧିକାର କର୍ମୀ। ଏ ଅଭାବନୀୟ ଘଟଣା ହେଉଛି କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଲକ କାର୍ୟ୍ୟାଳୟର। ଜଣେ ସୂଚନା ଅଧିକାର କର୍ମୀଙ୍କୁ ଜଣେ ସରକାରୀ କର୍ମଚାରୀ ଏପରି ମାଡ଼ ମାରିଥିବା ଘଟଣା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ସରକାରୀ କର୍ମଚାରୀ ଅଧିକାରୀ ଭାବେ କାର୍ୟ୍ୟରତ ଥିବା କର ବାବୁଙ୍କୁ ସୂଚନା ଅଧିକାର କର୍ମୀ ରମାକାନ୍ତ ମାହାଳି କାମ ବିଷୟରେ ପଚାରିବାରୁ କାହିଁକି ଗଣମାଧ୍ୟମରେ ଖବର ପ୍ରସାରିତ କରିଛ ବୋଲି କହି ଉତ୍ତ୍ୟକ୍ତ ହୋଇ ରମାକାନ୍ତଙ୍କୁ ମାଡ଼ ମାରି ମୋବାଇଲ ଫୋନ ଛଡ଼ାଇ ନେଇଥିଲେ। ମାଡ଼ ମାରିବା ଘଟଣାକୁ ନେଇ ରମାକାନ୍ତ କହିଛନ୍ତି, ମୁଁ ଦୁର୍ନୀତି ହେଉଥିବା ଘଟଣାକୁ ସାମ୍ନାକୁ ଆଣିବାରୁ ମତେ ମାଡ଼ ମାରିଛନ୍ତି। ସୂଚନା ଅଧିକାର ଆଇନ ବଳରେ ତଥ୍ୟ ଲୋକଲୋଚନକୁ ଆସୁଥିବାରୁ ସରକାରୀ ଯନ୍ତ୍ରୀ କାହା ଛତ୍ରଛାୟା ତଳେ ରହି ମାଡ଼ ମାରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ ରମାକାନ୍ତ ମାହାଳି। ଏ ସମ୍ପର୍କରେ ଆମ ପ୍ରତିନିଧି ସରକାରୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କିଛି କହିବାକୁ ସିଧା ସିଧା ମନା କରି ଦେଇଥିଲେ ଘଟଣାକୁ ନେଇ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତିି ସୂଚନା ଅଧିକାର କର୍ମୀ ରମାକାନ୍ତ ମାହାଳି। ତେବେ ସ୍ଥିତି କେମିତି ବି ହେଉନା କାହିଁକି ଜଣେ ସୂଚନା ଅଧିକାର କର୍ମୀଙ୍କୁ ମାଡ଼ ମାରିବା କେତେ ଦୂର ଠିକ୍? ଏଭଳି ଘଟଣାରେ ପୋଲିସ ସରକାରୀ ଅଫିସରଙ୍କ ବିରୋଧରେ କି କାର୍ୟ୍ୟନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା।</h3>