ଏନ୍ଏନ୍ଏସ ଓଡିଆ, ଭୁବନେଶ୍ୱର: ପ୍ରତିବର୍ଷ ବର୍ଷାରେ ସ୍ମାଟ ସିଟି ଭୁବନେଶ୍ୱର ଜଳାରନାବ । ଅସରାଏ ବର୍ଷାରେ ରାଜଧାନୀ ଭୁବନେଶ୍ୱରରେ କୃତିମ ବନ୍ୟାର ଭ୍ରମ ସୃଷ୍ଟି କରୁଛି । ଘରୁ ବାହାର ସବୁଠି ପାଣି ଆଉ ପାଣି । ଟିକେ ବର୍ଷିଲେ କଥା ସରିଲା । ରାସ୍ତାଘାଟ, ଘରଦ୍ୱାର ସବୁ ଏକକାର ।ରାସ୍ତା ବୁଡୁଛି, ଯାନବାହନ ଭାସୁଛି, ସାମନ୍ୟ ବର୍ଷାରେ ବି ଡ୍ରେନ ଉଛୁଳି ଉବୁଟୁବୁ ଘରଦ୍ୱାର । ଅକଥନୀୟ, ଅକଳ୍ପନୀୟ ଦୁର୍ଦ୍ଦଶାରେ ଦିନ ଦିନ ଧରି ଘାଣ୍ଟି ହେଉଛି ସହରୀଜୀବନ । ବର୍ଷକୁ ବର୍ଷ ଚିନ୍ତା ବଢାଉଛି ସହରୀବନ୍ୟା ।ହେଲେ ପ୍ରତିବର୍ଷ କାହିଁକି ଏପରି ଜଳବନ୍ଦୀ ଜୀବନ ବିତାଉଛନ୍ତି ରାଜଧାନୀବାସୀ । ବିଶେଷଜ୍ଞଙ୍କ ମତରେ ଜଳବନ୍ଦୀର ଅସଲ କାରଣ ହେଉଛି ପ୍ରକୃତିକ ଉତ୍ସର ଅବକ୍ଷୟ । ରାଜଧାନୀ ସ୍ୱରେଜ ବ୍ୟବସ୍ଥାକୁ ସମ୍ଭାଳୁଥିବା ୧୦ଟି ପ୍ରକୃତିକ ନାଳ ଏବେ ଅବହେଳିତ । ପ୍ରକୃତିକ ନାଳର ଅବକ୍ଷୟ ପାଇଁ ଏ ଦୁର୍ଦ୍ଦଷ । ଯାହାକୁ ନେଇ ଏବେ ଅଣ୍ଟା ଭିଡିଛି ବିଏମସି । ଗତକାଲି ଏନେଇ ବିଏମ୍ସି ପକ୍ଷରୁ ଦୟା ୱେଷ୍ଟ କେନାଲର ଲକ୍ଷ୍ମୀସାଗର ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି ଈଗଉ କମିଶନର। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଗୋଟିଏ ସାଇଫନ୍ ପାଇଁ ଜଳ ନିଷ୍କାସନ ଅସୁବିଧା ହେଉଥିବାରୁ ଉକ୍ତ ସାଇଫନକୁ ସଫା କରିବା ଏବଂ ନୂଆ ସାଇଫନକୁ ସଜାଡିବାକୁ ଯୋଜନା ରହିଛିା । ଏହାବ୍ୟତିତ ଭୁବନେଶ୍ୱରର ସମସ୍ତ ୧୦ଟି ପ୍ରାକୃତିକ ନାଳକୁ ପୁନର୍ଜିବିତ କରାଇବାକୁ ଉଦ୍ୟମ ଆରମ୍ଭ ହେଉଥିବା ବିଏମ୍ସି ସୂଚନା ଦେଇଛି ।
ପ୍ରମୁଖ ଦୁଇ ଉତ୍ସ ଗଙ୍ଗୁଆ ଏବ୍ଂ ଦୟା ୱେଷ୍ଟ କେନାଲ ଯାହା ଅଧାରୁ ଅଧିକ ଭୁବନେଶ୍ୱରକୁ ଜଳବନ୍ଦୀ ସମସ୍ୟାରୁ ମୁକ୍ତି ଦିଅନ୍ତି। ନୂଆଗାଁ ସ୍ଥିତ ଗଙ୍ଗୁଆ ନାଳରେ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ, ଜବରଦଖଲରେ ସଂକୀର୍ଣ୍ଣ । ଏକଦା କାଚକେନ୍ଦୁ ପରି ପାଣି ଥିବା ଗଙ୍ଗବତୀ ନଦୀ ଏବେ ଗଙ୍ଗୁଆ ନାଳ । ପୁରୁଣା ଭୁବନେଶ୍ୱରର ପ୍ରାୟ ଅଧିକାଂଶ ନାଳ ନର୍ଦ୍ଦମା ଏହି ଗଙ୍ଗୁଆରେ ମିଶିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଯେବେ ଗଙ୍ଗୁଆ ପରିଷ୍କାର ଥିଲା, ସେବେ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ବର୍ଷା ହେଲେ ଟୋପେ ପାଣି ଜମୁନଥିଲା । ଏବେ ପ୍ରଦୂଷିତ ଏହି ନାଳ କଥା ନକହିବା ଭଲ। ସେହିପରି ଅନ୍ୟ ଏକ ନାଳ ଦୟା ୱେଷ୍ଟ କେନାଲ । ଲକ୍ଷ୍ମୀସାଗର ବଡଗଡ ଭଳି ଅଞ୍ଚଳରେ ଥିବା ଏହି କେନାଲର ବି ସମାନ ସ୍ଥିତି । ଆବର୍ଜନା ପଙ୍କରେ ଭର୍ତ୍ତି ହୋଇଛି । ଜବର ଦଖଲରେ ସିକୁଡି ଯାଇଛି।ତେବେ ଦୀର୍ଘଦିନରୁ ଥିବା ଏହି ସମସ୍ୟା ସୁଧାରିବାକୁ ଏବେ ଅଣ୍ଟା ଭିଡିଛି ବିଏମସି । ଗତକାଲି ଏନେଇ ବିଏମ୍ସି ପକ୍ଷରୁ ଦୟା ୱେଷ୍ଟ କେନାଲର ଲକ୍ଷ୍ମୀସାଗର ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି ଈଗଉ କମିଶନର। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଗୋଟିଏ ସାଇଫନ୍ ପାଇଁ ଜଳ ନିଷ୍କାସନ ଅସୁବିଧା ହେଉଥିବାରୁ ଉକ୍ତ ସାଇଫନକୁ ସଫା କରିବା ଏବଂ ନୂଆ ସାଇଫନକୁ ସଜାଡିବାକୁ ଯୋଜନା ରହିଛିା । ଏହାବ୍ୟତିତ ଭୁବନେଶ୍ୱରର ସମସ୍ତ ୧୦ଟି ପ୍ରାକୃତିକ ନାଳକୁ ପୁନର୍ଜିବିତ କରାଇବାକୁ ଉଦ୍ୟମ ଆରମ୍ଭ ହେଉଥିବା ବିଏମ୍ସି ସୂଚନା ଦେଇଛି ।