ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୫.୦୨): ଆଜିକାଲି ଫାଷ୍ଟଫୁଡ୍ ଲୋକଙ୍କ ଜୀବନଶୈଳୀର ପ୍ରମୁଖ ଅଙ୍ଗ ହୋଇପଡିଛି । ଘରେ ରୋଷେଇ ନ କରି ସମୟ ବଞ୍ଚାଇବା ଓ ସୌକ୍ ଯୋଗୁ ପ୍ରାୟ ଘରେ ଏଭଳି ଫାଷ୍ଟଫୁଡ୍ ଖାଇବାକୁ ପସନ୍ଦ କରୁଛନ୍ତି । ପିଜା, ବର୍ଗର୍ ଓ ମାଗି କେବଳ ପିଲାଙ୍କର ନୁହେଁ, ବଡ଼ମାନଙ୍କର ମଧ୍ୟ ପସନ୍ଦିଆ ଖାଦ୍ୟ ହୋଇପଡିଲାଣି । ପାସ୍ତା ଏହି ଫାଷ୍ଟଫୁଡ୍ ମଧ୍ୟରୁ ଅନ୍ୟତମ, ଯାହା ପ୍ରାୟ ଲୋକଙ୍କର ପସନ୍ଦିଆ ଖାଦ୍ୟ । ପାସ୍ତା ଖାଇବା ଦ୍ୱାରା ସାରା ଦିନ ସତେଜତା ଅନୁଭବ ହୋଇଥାଏ । କିନ୍ତୁ ଜାଣନ୍ତି କି ଏହା ଖାଇବା ଦ୍ୱାରା କେତେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଉପୁଜିଥାଏ । ସବୁବେଳେ ପାସ୍ତା ଖାଇବା ଦ୍ୱାରା ଓଜନ ବଢିବା ସହ ମଧୁମେହ ସମସ୍ୟା ମଧ୍ୟ ବଢିପାରେ । ନିୟମିତ ପାସ୍ତା ଖାଇବା ଦ୍ୱାରା ବଢିଥାଏ ଏହିସବୁ ସମସ୍ୟା ।
ପୋଷକ ତତ୍ତ୍ୱର ଅଭାବ :
ଆବଶ୍ୟକଠାରୁ ଅଧିକ ପାସ୍ତା ଖାଇବା ଦ୍ୱାରା ଶରୀରରେ ପୋଷକ ତତ୍ତ୍ୱର ଅଭାବ ଦେଖିବାକୁ ମିଳିଥାଏ । କେବଳ ପୋଷକ ତତ୍ତ୍ୱର ଅଭାବ ନୁହେଁ, କେତେକ ରୋଗ ମଧ୍ୟ ହୋଇଥାଏ ।
ମଧୁମେହର ଆଶଙ୍କା ବଢେ :
ଲଗାତାର ପାସ୍ତା ଖାଇବା ଦ୍ୱାରା ମଧୁମେହର ଆଶଙ୍କା ଉପୁଜିଥାଏ । ପାସ୍ତାରେ ଏମିତି କିଛି ତତ୍ତ୍ୱ ରହିଛି, ଯାହା ମଧୁମେହକୁ ବଢାଇଥପାରେ । ଏହାବ୍ୟତୀତ ଅତ୍ୟଧିକ କାର୍ବୋହାଇଡ୍ରେଟ୍ ଯୁକ୍ତ ଖାଦ୍ୟ ମଧ୍ୟ ମଧୁମେହକୁ ବଢାଇଥାଏ ।
ହୃଦ୍ରୋଗ ସମସ୍ୟା :
ଯଦି ଆପଣ ଅତ୍ୟଧିକ ପ୍ରୋସେସ୍ଡ ଖାଦ୍ୟ ଖାଉଥାନ୍ତି, ସାବଧାନ ହୋଇଯାଆନ୍ତୁ । ବିଶେଷକରି ଧଳା ପାସ୍ତା ଖାଇବା ଅଧିକ ହାନିକାରକ । ହାଇ ପ୍ରୋସେସ୍ଡ ଫୁଡ୍ ଖାଇବା ଦ୍ୱାରା ହୃଦ୍ୟଜନିତ ବିଭିନ୍ନ ସମସ୍ୟା ଆସିବାର ଆଶଙ୍କା ବଢିଥାଏ । ସେଥିପାଇଁ ଗହମ ବା ସୁଜି ତିଆରି ପାସ୍ତା ଖାଇବା ଉଚିତ୍ ।
ବଢାଏ ଓଜନ :
ଯଦି ନିୟମିତ ପାସ୍ତା ଖାଉଥାନ୍ତି, ତେବେ ଓଜନ ତୀବ୍ର ବେଗରେ ବଢିପାରେ । କାରଣ ଏଥିରେ ଅତ୍ୟଧିକ କାର୍ବୋ ସହ କ୍ୟାଲୋରୀ ମଧ୍ୟ ରହିଥାଏ । ତେଣୁ ଯଦି ପୂର୍ବରୁ ଓଜନ ଅଧିକ ରହିଥାଏ, ତେବେ ପାସ୍ତା ଖୁବ୍ କ୍ଷତିକାରକ ।