<h3>ପୁରୀ ଲୋକସଭା ନିର୍ବାଚନ ଅସନ୍ତା ମେ ମାସ ୨୫ ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ନିର୍ବାଚନ ପ୍ରଚାର୍ ବି ଜୋରଦାର ଆଗେଇ ଚାଲିଚି। ବିଜେପି ପାଇଁ ପୁରୀ ଲୋକସଭା ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ପୁରୀ ସହରରେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ସମ୍ବିତ କହିଚନ୍ତି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଆଗାମୀ ଭିଜନ ସମ୍ପର୍କରେ ଲୋକଙ୍କୁ ଅବଗତ କରୁଛନ୍ତି। ଲୋକଙ୍କ ସୁଖ ଦୁଃଖ ପଚାରି ବୁଝୁଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ସେ କୌଣସି କଷ୍ଟକୁ ଭ୍ରୁକ୍ଷେପ କରନ୍ତି ନହିଁ। ପୁରୀ ସଂସଦୀୟ କ୍ଷେତ୍ରରେ ବିଜେପି ସପକ୍ଷରେ ଏକ ମାହୋଲ ରହିଚି। ଏଣୁ ଆଗାମୀ ନିର୍ବାଚନରେ ପୁରୀ ଲୋକସଭା ଆସନରେ ସେ ନିଶ୍ଚିତ ଜିତିବେ ବୋଲି ଆଶା ରଖିଛନ୍ତି। ସେପଟେ ସମ୍ବିତ ପାତ୍ରଙ୍କ ସହ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ ପୁରୀ ବିଧାନସଭା ପାଇଁ ବିଜେପି ପକ୍ଷରୁ ଜୟନ୍ତ ଷଡ଼ଙ୍ଗୀ। ବଡ ଶଙ୍ଖ, ସରଧା ବାଲି ଅଂଚଳରେ ଥିବା ଦୋକାନୀ ବ୍ୟବସାୟୀଙ୍କୁ ଭେଟି ଭୋଟ ଭିକ୍ଷା କରିଥିଲେ ଜୟନ୍ତ ଷଡ଼ଙ୍ଗୀ। ତେବେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାରେ ରାଜ୍ୟ ସରକାର ପଦକ୍ଷେପ ନନେଲେ ଆଗାମୀ ଦିନରେ ଲୋକମାନେ ଜୋର୍ ଜବରଦସ୍ତ ପ୍ରଵେଶ କରିବେ। ଆଇନ ଯଦି ଜନ ବିରୋଧୀ ହୁଏ ତାକୁ ବିଜେପି ଦୃଢ଼ ବିରୋଧ କରିବ ବୋଲି ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି।</h3>