ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି। ଆଜି ଦାଖଲ ହେବ ନାମାଙ୍କନ । ପ୍ରତ୍ୟାହାର ଏବଂ ପ୍ରାର୍ଥୀପତ୍ର ଯାଞ୍ଚ ନେଇ ସମ୍ପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି । ଏପ୍ରିଲ ୧୯ରେ ହେବାକୁ ଥିବା ପ୍ରଥମ ପର୍ୟ୍ୟାୟ ଭୋଟ ଗ୍ରହଣ ପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଯାଇଛି । ମାର୍ଚ୍ଚ ୨୭ରେ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ରହିଛି । ବିହାରରେ ନାମାଙ୍କନ ଶେଷ ତାରିଖ ମାର୍ଚ୍ଚ ୨୮କୁ ଧାର୍ୟ୍ୟ କରାଯାଇଛି । ପ୍ରଥମ ପର୍ୟ୍ୟାୟରେ ବିହାରର ୪୦ଟି ସିଟ୍ ମଧ୍ୟରୁ ଚାରିଟିରେ ମତଦାନ ହେବ।୧୦୨ଟି ଆଶନ ଭିତରେ ତାମିଲନାଡୁର ୩୯, ରାଜସ୍ଥାନର ୧୨ଟି ମଧ୍ୟପ୍ରଦେଶର ୬ଟି ସିଟ୍ ଏବଂ ବିହାର ରହିଛି ୪ଟି ଆଶନ । ଛତିଶଗଡ ମିଜୋରାମ,ତ୍ରିପୁରା,ସିକ୍କିମ, ଆଣ୍ଡାମାନ, ନାଗାଲାଣ୍ଡ ଏବଂ ନିକୋବର ଦ୍ବୀପପୁଞ୍ଜ,ଜାମ୍ମୁ କାଶ୍ମୀର, ଲକ୍ଷ୍ୟାଦ୍ବୀପ ଏବଂ ପୁଡୁଚେରୀରେ ପ୍ରତ୍ୟକ ଗୋଟିଏ ଆସନରେ ଭୋଟ୍ ଅନୁଷ୍ଟିତ ହେବ ।