ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ପୋଷଣ କାର୍ଯ୍ୟକ୍ରମ ଉପରେ ସାମ୍ବାଦିକ ମାନଙ୍କୁ ନେଇ ଏକ ଗୋଲ ଟେବୁଲ୍ ବୈଠକ ଆୟୋଜିତ କରାଯାଇଥିଲା । ଜିଲ୍ଲା ସାମାଜିକ ମଙ୍ଗଳ ବିଭାଗ ଏବଂ ୟୁନିସେଫ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାରେ ଶିଶୁ, ଗର୍ଭବତୀ ମହିଳା ମାନଙ୍କ ପୋଷଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବଲାଙ୍ଗିର ଜିଲ୍ଲାରେ କୁପୋଷଣ ହାର ଅଧିକ ରହିଥିବା ବେଳେ ଏହାକୁ ସମୂଲେ ସମୂଳେ ବିନାଶ କରିବାକୁ ହେଲେ ସମସ୍ତଙ୍କୁ ମିଳିମିଶି ଏକ ଜୁଟ ହୋଇ କାମ କରିବାକୁ ହେବ ବୋଲି ଆହ୍ଵାନ କରାଯାଇଥିଲା । କୁ ପୋଷଣ ଯୋଗୁଁ ଶିଶୁ ଉଚ୍ଚତା ବୃଦ୍ଧି ରେ ବାଧା ସୃଷ୍ଟି ହେବା, ଶିଶୁଙ୍କ ଓଜନ କମିଯିବା ଭଳି ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ । ତେବେ ସାମ୍ବାଦିକ ମାନେ ନିଜ ଗଣମାଧ୍ୟମ ସଂସ୍ଥା ଜରିଆରେ ଖବର ପରିବେଷଣ କରି କୁପୋଷଣ ରୋକିବା ର ପ୍ରୟାସ ରେ ମୁଖ୍ୟ ଭୂମିକା ନିର୍ବାହ କରିବାକୁ ମତ ପ୍ରକାଶ ପାଇଥିଲା ।