ରାୟଗଡା: ଗାଁକୁ ନାହିଁ ବ୍ରିଜ ,.,. ବୁଡା ନଦୀ ପାର କରି ଜୀବନକୁ ବିପଦ ରେ ପକାଇ .. ନିଜର ସବୁ କାମ କରିଛନ୍ତି ଗ୍ରାମବାସୀ । ଚାଉଳ ଏବଂ ଭତ୍ତା ଆଣିବା ପାଇଁ ହେଉ କି ସ୍କୁଲ ଛାତ୍ରଛାତ୍ରୀ ମାନେ ଅନେକ ଯନ୍ତ୍ରଣା ସହି ନଦୀ ପାର ହୁଅନ୍ତି । ଏଭଳି ଏକ ଘଟଣା ଘଟିଛି ରାୟଗଡ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିଙ୍ଗାରି ପଞ୍ଚୟତ ର କାଙ୍ଗସିରି ଗ୍ରାମର ଲୋକମାନେ,. ଆଜିପର୍ଯ୍ୟନ୍ତ ପାଇପାରିଲେନି ପୋଲର ସୁବିଧା.. ବାରମ୍ବାର ସରକାର ଙ୍କ ପାଖରେ ଅଭିଯୋଗ କରିବା ସତ୍ୱେ ବି ସରକାର ଗ୍ରାମବାସୀ ଙ୍କ ଦାବି ପୂରଣ କଲେ ନାହିାଁ ଏବେ ଗ୍ରାମବାସୀ ମିଳିତ ସହଯୋଗ ରେ ନାଗାବଳୀ ନଦୀରେ ନିଜେ ମାଟି ପଥର ମୁଣ୍ଡେଇ ବାଉଁଶ ପକାଇ ପୋଲ ତିଆରି କରିଛନ୍ତି.. ହେଲେ ବର୍ଷା ଦିନ ହେଲେ ଏହି କୃତିମ ପୋଲକୁ ବର୍ଷା ପାଣି ଭସାଇନେଇଯାଇଥାଏ ଯାହାଫଳରେ ଅନେକ ଅସୁବିଧାରେ ସମ୍ମୁଖୀନ ହୋଇଥାଆନ୍ତି କାଙ୍ଗସିରି ଗ୍ରାମବାସ । କାଙ୍ଗସିରି ଗାଁରେ ପ୍ରାୟ ୩୫ଘର ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି ରପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଲୋକେ ବସବାସ କରିଆସୁଛନ୍ତି । ସେପଟେ ସବୁ ଲୋକମାନେ ଭୋଟ ନଦେବା ପାଇଁ ନିଷ୍ପତି କରିଛନ୍ତି । ଆଗକୁ ନିର୍ବାଚନ ରହିଥିବା ବେଳେ ବ୍ରିଜ ତିଆରି ନହେବାରୁ ଲୋକ ଙ୍କ ମଧ୍ୟ ରେ ଅସନ୍ତୋଷ ଦେଖାଦେଇଛି ।