ପୁଲିସକୁ ନିର୍ଘାତ ମାଡ଼ ମାରିଲେ ଅଭିଯୁକ୍ତ, ଚେତା ଶୂନ୍ୟ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ କନେଷ୍ଟବଳ ବାବୁ । ପାରିବାରିକ ଗଣ୍ତଗୋଳ ସମାଧାନ କରିବାକୁ ଯାଇ ପୁଲିସକୁ ନିର୍ଘାତ ପ୍ରହାର । ବାଲେଶ୍ବର ଜିଲା ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା , ସୂଚନା ଅନୁଯାୟୀ ଏହି ଗ୍ରାମର ବୈର ଦଳେଇ ଙ୍କର କୌଣସି କଥାକୁ ନେଇ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହୋଇଥିଲା
ଏହାପରେ ବୈର ତାଙ୍କ ସ୍ତ୍ରୀ ଙ୍କୁ ଏକ ଠେଙ୍ଗାରେ ନିସ୍ତୁକ ପିଟିବା ପରେ ସେ ଜୀବନ ବଞ୍ଚାଇବା ପାଇଁ ନିକଟରେ ଥିବା ସାର୍ଥା ଫାଣ୍ତି କୁ ଆସି ପୋଲିସକୁ ଜଣାଇଥିଲେ ,ଘଟଣା ବିଷୟରେ ଜାଣିବା ପାଇଁ ସାର୍ଥା ଫାଣ୍ଡିର କନେଷ୍ଟବଳ ଅଜୟ ସିଂ ବୈରୀଙ୍କ ଘରକୁ ଯାଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଆପୋଷ ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ ।
ଏତିକିବେଳେ ନିଶାସକ୍ତ ଅବସ୍ଥାରେ ଥିବା ବୈରୀ ଅଜୟ କୁ ଆକ୍ରମଣ କରିବା ସହ ଏକ କାଠ ଫାଳିଆରେ ମାଡ଼ ମାରିଥିଲେ। ଏଥିରେ କନେଷ୍ଟବଳ ଅଜୟ ସିଂଙ୍କ ମୁଣ୍ତରେ ଆଘାତ ଲାଗିଥିବା ବେଳେ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି ।