ଛତିଶଗଡ଼ : ପୋଲିସ୍ ଇନର୍ଫମର ସନ୍ଦେହରେ ୨ ଛାତ୍ରଙ୍କ ଗଳା କାଟି ଜଙ୍ଗଲରେ ଫୋପାଡ଼ି ଦେଲେ ମାଓବାଦୀ । ଏଭଳି ଘଟଣା ଘଟିଛି ଛତିଶଗଡ଼ ସୁକୁମା ଅଚଂଳରେ । ମାଓବାଦୀମାନେ ଦୁଇଜଣ ଛାତ୍ରଙ୍କୁ ପୋଲିସ୍ ଇନର୍ଫମର ଭାବି ନିକଟରେ ଥିବା ମିଲପାଳି ଜଙ୍ଗଲରେ ବାଭତ୍ସ ଭାବେ ହତ୍ୟା କରି ଫୋପାଡ଼ି ଦେଇଛନ୍ତି । ସବୁଠୁ ବଡ଼ କଥା ହେଉଛି ଲାଲ ବାହିନୀ ହତ୍ୟା କରିଥିବ ୨ ଜଣ ହେଉଛନ୍ତି ବିଦ୍ୟାଳୟ ଅଧ୍ୟୟନ କରୁଥିବା ଛାତ୍ର ଏନେଇ ସୁଚନା ଦେଇଛନ୍ତି ସୁକମା ଏସପି ତେବେ ଏଖବର ଜାଣିବା ପରେ ସ୍ଥାନୀୟ ଅଚଂଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।