ନୂଆଦିଲ୍ଲୀ ,(ଏନଏନଏସ ଓଡ଼ିଆ /୦୭ .୦୨): ଦକ୍ଷିଣ ପେରୁରେ ଲଗାଣ ବର୍ଷା ହେତୁ ଅନେକ ଧନଜୀବନ ପ୍ରଭାବିତ ହୋଇଛି। ଲଗାତର ବର୍ଷା ହେତୁ ଭୁସ୍ଖଳନ ଘଟି ଏବେ ସୁଦ୍ଧା ବିଭିନ୍ନ ଗ୍ରାମରୁ ୩୬ ଜଣଙ୍କ ଜୀବନ ଯାଇସାରିଲାଣି। ରିପୋର୍ଟ ମୁତାବକ ୫ ଜଣ ଯାତ୍ରୀ ଏକ ଭ୍ୟାନ୍ ଯୋଗେ ଯାତ୍ରା କରୁଥିଲେ। ବର୍ଷା ଯୋଗୁ କାଦୁଅରେ ଉକ୍ତ ଗାଡ଼ିର ଚକା ଖସିଯିବାରୁ ଗାଡ଼ିଟି ନଦୀ ଭିତରକୁ ପଶି ଯାଇଥିଲା। ଫଳରେ ଏକ ଭୟଙ୍କର ଦୁର୍ଘଟଣାର ସାମ୍ନା କରିବା ପରେ ୫ ଜଣଙ୍କ ଜୀବନ ଚାଲି ଯାଇଥିଲା।କାମାନା ପ୍ରଦେଶର ମାରିଆନୋ ନିକୋଲ୍ସ ଭାଲର୍ସେଲ ମୁନିସିପାଲିଟିର ଜଣେ ଅଧିକାରୀ ୱିଲ୍ସନ ଗୁଟିରେଜ କହିଛନ୍ତି, ‘ମିକ୍ସି ନାମକ ଏକ ଦୁର୍ଗମ ଅଞ୍ଚଳରୁ ଏବେ ସୁଦ୍ଧା ୩୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।’ଭ୍ୟାନ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ରାସ୍ତାରେ ଖୁବ୍ ଅଧିକ ଅଳିଆ ଆବର୍ଜନା ଗଦା ହୋଇ ଯାଇଥିବାରୁ ତାହାକୁ ସଫା କରିବାକୁ ପୂର୍ବରୁ ଜଣେ ସ୍ଥାନୀୟ ଅଧିକାରୀ ମଧ୍ୟ ଆବେଦନ କରିଥିଲେ। ତେବେ ଏହି ଭୁସ୍ଖଳନ ହେତୁ ପୋଲ ଓ କେନାଲ ବି ପ୍ରଭାବିତ ହୋଇଛି। ପେରୁରେ ଫେବ୍ରୁଆରି ମାସରେ ସବୁବେଳେ ଲଗାଣ ବର୍ଷା ହୋଇ ଅନେକ ଧନଜୀବନକୁ ପ୍ରଭାବିତ କରିଥାଏ।