ଶେଷରେ ଅପେକ୍ଷାର ହେବ ଅନ୍ତ । ଆଜି ପୃଥିବୀକୁ ଫେରିବେ ସୁନୀତା ୱିଲିୟମ୍ସ । ସୁନୀତା ଓ ସାଥୀ ବୁଚ୍ ୱିଲମୋରଙ୍କୁ ନେଇ ଫ୍ଲୋରିଡା କୋଷ୍ଟରେ ଅବତରଣ କରିବ ସ୍ପେସ୍ କ୍ରାଫ୍ଟ । ଆମେରିକୀୟ ସମୟ ରାତି ୧ଟା ୫ ମିନିଟରେ ଅନଡକିଂ ହେବ । ଭାରତୀୟ ସମୟ ଆସନ୍ତାକାଲି ଭୋର ୩ଟା ୩୭ ମିନିଟ୍ ରହିଛି । ଫ୍ଲୋରିଡା ତଟରେ ସୁନୀତାଙ୍କ ସହିତ ଓହ୍ଲାଇବେ ୪ ମହାକାଶଚାରୀ । ଭାରତୀୟ ସମୟ ଅନୁସାରେ ସକାଳ ୧୦.୩୫ ମିନିଟରେ ସ୍ପେସଏକ୍ସର ଡ୍ରାଗନ ମହାକାଶଯାନ ତାଙ୍କୁ ଏବଂ ଅନ୍ୟ ଦୁଇ ମହାକାଶଚାରୀଙ୍କୁ ଧରି ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ ଛାଡିଛି । ୧୮ ହଜାର ଫିଟ୍ ଉପରେ ଖୋଲିବ ପାରାସୁଟ୍ । ଏହାପରେ ସମୁଦ୍ରରେ ଲ୍ୟାଣ୍ଡ କରିବ । ଦୀର୍ଘ ୯ ମାସ ପରେ ମହାକାଶରୁ ଫେରିବେ ମହାକାଶ ବିଜ୍ଞାନୀ ସୁନୀତା ୱିଲିଅମ୍ସ ଓ ବୁଚ୍ ୱିଲମୋର । ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ରେ ଫସି ରହିଥିବା ଦୁଇ ବୈଜ୍ଞାନିକଙ୍କୁ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବୈଜ୍ଞାନିକମାନେ ଫେରିବା ପୂର୍ବରୁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଆଉ ସେମାନଙ୍କ ଏହି ପ୍ରସ୍ତୁତିର ଏକ ଭିଡିଓ ନାସା ପକ୍ଷରୁ ଜାରି କରାଯାଇଛି । ଯେଉଁଥିରେ ଉଭୟ ସୁନୀତା ଓ ବୁଚ୍ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଛି । ଦୀର୍ଘ ୯ ମାସ ପରେ ପୃଥିବୀପୃଷ୍ଠକୁ ଫେରିବେ ସୁନୀତା ଏବଂ ବୁଚ୍ । ଆଉ ସ୍ପେଶ୍ ଏକ୍ସର ସ୍ବତନ୍ତ୍ର ସ୍ପେଶ୍ କ୍ରାଫ୍ଟ ଜରିଆରେ ସେମାନେ ଫେରିବେ । ଏଥିପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ସୁନୀତା ଓ ବୁଚ୍ । ଆଜି ସକାଳ ୧୦ ଟା ୪୫ରେ ଆରମ୍ଭ ହେବ ଅନ୍ ଡକିଂ ପ୍ରକ୍ରିୟା । ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନରୁ ଅନ୍ ଡକିଂ କରିବା ପରେ ପୃଥିବୀପୃଷ୍ଠ ଆଡକୁ ଆସିବେ । ଆଉ ଆସନ୍ତାକାଲି ଭୋର ସାଢେ ୩ ଟାରେ ପୃଥିବୀରେ ପହଞ୍ଚିବେ । ବୋଇଂ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ମହାକାଶରେ ୯ ମାସ ହେବ ଫସି ରହିଥିଲେ ସୁନୀତା ଓ ତାଙ୍କ ସହଯୋଗୀ । ଏବେ ନାସା ପକ୍ଷରୁ ସ୍ପେଶ୍ ଏକ୍ସର ଫାଲକନ୍-୯ ରକେଟକୁ ଗୁରୁବାର କେନେଡି ସ୍ପେଶ୍ ସେଣ୍ଟରରୁ ଉତକ୍ଷେପଣ କରାଯାଇଥିଲା । ତେବେ ୧୯ ତାରିଖ ସୁଦ୍ଧା ସୁନୀତା ପୃଥିବୀପୃଷ୍ଠକୁ ଫେରିବେ ବୋଲି ସୂଚନା ମିଳିଛି । ଆନ୍ତର୍ଜାତିକ ସ୍ପେସ୍ ଷ୍ଟେସନରୁ ଫେରିବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଓ ଏଲନ ମସ୍କଙ୍କୁ ସୁନୀତା ୱିଲିୟମସ୍ ଓ ତାଙ୍କ ମହକାଶଚାରୀ ସାଥୀ ଧନ୍ୟବାଦ ଜଣାଇଛନ୍ତି । ୯ ମାସ ହେଲା ISSରେ ଫସି ରହିଛନ୍ତି ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ୱିଲ୍ ବୁଚ୍ ମୋର୍ । ୮ ଦିନ ପାଇଁ ଯାତ୍ରା କରିଥିଲେ, ମାତ୍ର ୯ ମାସ ରହିଲେଣି । ବୋଇଂ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ମହାକାଶରେ ୯ମାସ ହେବ ଫସି ରହିଥିଲେ ସୁନିତା ଓ ତାଙ୍କ ସହଯୋଗୀ । ତାଙ୍କୁ ଫେରାଇ ଆଣିବାକୁ ଶୁକ୍ରବାର ଫ୍ଲୋରିଡାର କେନେଡି ମହାକାଶ କେନ୍ଦ୍ରରୁ କ୍ରୁ-୧୦ ଡ୍ରାଗନ ସ୍ପେସ୍ କ୍ରାଫ୍ଟ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଯାତ୍ରା କରିଥିଲା ।