କୋରାପୁଟ: ସନ୍ଦେହ ଘେରରେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ । ନିଖୋଜ ପରେ ମୃତଦେହ ମିଳିବା ନେଇ ବଢିଲା ହତ୍ୟା ସନ୍ଦେହ । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ମାଓ ଅଧ୍ୟୁଷିତ ନାରାୟଣପାଟଣା ଥାନା ଅଧିନସ୍ଥ ତଳଗୁମାଣ୍ଡି ପଞ୍ଚାୟତରେ । ଏହି ପଞ୍ଚାୟତର ପୂର୍ବତନ ସରପଞ୍ଚ ଶୀଙ୍ଗୁରୁ ତାଡିଙ୍ଗିଙ୍କର ମୃତଦେହ ମିଳିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଘଟଣା ମୁତାବକ, ଶୀଙ୍ଗୁରୁ ନିଜ ଚାଷ ଜମିକୁ ହଳ କରିବା ପାଇଁ ଯାଇଥିବା ବେଳେ ସେଠାରୁ ଘରକୁ ଫେରିନଥିଲେ । ସେ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ମହୁ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ମାଟି ତଳେ ପୋତା ଯାଇଥିବା ଦେଖିବାକୁ ପାଇଥିଲେ । ଏହାକୁ ନେଇ ପୂର୍ବ ଶତ୍ରୁତାରୁ ତାଙ୍କୁ କେହି ହତ୍ୟା କରିଥିବା ନେଇ ପରିବାର ଲୋକେ ସନ୍ଦେହ କରୁଛନ୍ତି ।