<h2 class="jsx-1629146367 newphttoppara" style="text-align: left;">ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ଟିଜର, ଟ୍ରେଲର ଏବଂ ଗୀତ ଦର୍ଶକଙ୍କ ଉତ୍ସାହକୁ ଖୁବ ବଢ଼ାଇଥିଲା। ଏହି କାରଣରୁ ଫିଲ୍ମଟି ଆଡଭାନ୍ସ ବୁକିଂରୁ ହିଁ କୋଟି କୋଟି ଟଙ୍କା ଆୟ କରିଥିଲା। ଏବେ ଫିଲ୍ମ ରିଲିଜ୍ ହେବା ପରେ ଦର୍ଶକ ଏହାକୁ ପସନ୍ଦ କରୁଥିବା ଜଣାଯାଇଛି। ପ୍ରଥମ ଦିନରେ ହିଁ ଫିଲ୍ମଟି ଅନେକ ଭାରତୀୟ ଫିଲ୍ମକୁ ପଛରେ ପକାଇ ଦେଇଥିଲା।ଆଇକନ ଷ୍ଟାର ଅଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ 'Pushpa 2: The Rule' ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଥିଲା। ଗତ ତିନିବର୍ଷ ଧରି ନିର୍ମାଣ ହେଉଥିବା ଏହି ଆକ୍ସନ୍ ଥ୍ରୀଲର ଫିଲ୍ମ ଶେଷରେ ଡିସେମ୍ବର ୫ରେ ଅର୍ଥାତ୍ ଗୁରୁବାର ସାରା ବିଶ୍ୱରେ ରିଲିଜ୍ ହୋଇଥିଲା। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ଟିଜର, ଟ୍ରେଲର ଏବଂ ଗୀତ ଦର୍ଶକଙ୍କ ଉତ୍ସାହକୁ ଖୁବ ବଢ଼ାଇଥିଲା।ଏହି କାରଣରୁ ଫିଲ୍ମଟି ଆଡଭାନ୍ସ ବୁକିଂରୁ ହିଁ କୋଟି କୋଟି ଟଙ୍କା ଆୟ କରିଥିଲା। ଏବେ ଫିଲ୍ମ ରିଲିଜ୍ ହେବା ପରେ ଦର୍ଶକ ଏହାକୁ ପସନ୍ଦ କରୁଥିବା ଜଣାଯାଇଛି। ପ୍ରଥମ ଦିନରେ ହିଁ ଫିଲ୍ମଟି ଅନେକ ଭାରତୀୟ ଫିଲ୍ମକୁ ପଛରେ ପକାଇ ଦେଇଥିଲା।ଯଦି ଆମେ ବିଶ୍ୱବ୍ୟାପୀ ମୋଟ ସଂଗ୍ରହ ବିଷୟରେ କହିବା, ତେବେ ଏହି ଚଳଚ୍ଚିତ୍ର ୯୨୨ କୋଟି ଟଙ୍କା ରୋଜଗାର କରିଛି । ପୁଷ୍ପା ୨ ପଞ୍ଚମ ଦିନରେ ପାଖାପାଖି ୯୦୦ କୋଟି ଟଙ୍କା ସଂଗ୍ରହ କରିଥିଲା । ଏହା ସହିତ ଫିଲ୍ମ ୧୦୦୦ କୋଟି ଟଙ୍କା ପାଖାପାଖି ପହଞ୍ଚି ଯାଇଛି । ଆଜିର ସଂଗ୍ରହ ପରେ ଏହି ଫିଲ୍ମ ୧୦୦୦ କୋଟି ଟଙ୍କା କ୍ଲବରେ ପ୍ରବେଶ କରିବ ବୋଲି କୁହାଯାଉଛି । ‘ପୁଷ୍ପା ୨’ ଅନେକ ରେକର୍ଡ ଭାଙ୍ଗିଦେଇଛି । ମାତ୍ର ୨ ଦିନରେ ଏହା ‘ପୁଷ୍ପା: ଦ ରାଇଜ୍’ର ଲାଇଫଲାଇମ୍ କଲେକ୍ସନକୁ ମଧ୍ୟ ଅତିକ୍ରମ କରିଯାଇଛି । କେବଳ ହିନ୍ଦୀରେ ୧୨୦ କୋଟି ଟଙ୍କାରୁ ଅଧିକ ଆୟ କରିଛି ପୁଷ୍ପା । ଏହି ଫିଲ୍ମ ସୋମବାର ମଧ୍ୟ ଭଲ ପ୍ରଦର୍ଶନ କରିଥିଲା । ଡିସେମ୍ବର ୯ରେ ‘ପୁଷ୍ପା ୨’ ଘରୋଇ ବକ୍ସ ଅଫିସରେ ପାଖାପାଖି ୬୫ କୋଟି ଟଙ୍କା ଆୟ କରି ମାତ୍ର ୫ ଦିନରେ ସାରା ବିଶ୍ୱରେ ୯୦୦ କୋଟି ଟଙ୍କାରୁ ଅଧିକ ଆୟ କରିନେଇଥିଲା । ଯେକୌଣସି ବି ବଡ଼ ବଜେଟ୍ ଫିଲ୍ମ ପାଇଁ ୱିକ୍ ଡେ’ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କାରଣ, ଭଲ ଓପନିଂ ୱିକେଣ୍ଡ ପରେ ଆୟ ହ୍ରାସ ପାଇବାର ଆଶଙ୍କା ଥାଏ । କିନ୍ତୁ ପୁଷ୍ପା ୨ ସୋମବାର ମଧ୍ୟ ବକ୍ସ ଅଫିସରେ ୬୪.୧ କୋଟି ଟଙ୍କା ସଂଗ୍ରହ କରିଥିଲା । ସୁକୁମାରଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଓ ଫହଦ ଫାସିଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଡିସେମ୍ବର ୫ରେ ଏହା ବିଭିନ୍ନ ଭାଷାରେ ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିଲା । ‘ପୁଷ୍ପା ୨’ ୪୫୦ କୋଟି ଟଙ୍କା ବିଶାଳ ବଜେଟରେ ତିଆରି ହୋଇଛି ।</h2>