ପ୍ରଥମେ ହଲରେ ଆଉ ଏବେ ଓଟିଟିରେ। ସବୁ ପ୍ଲାଟଫର୍ମରେ ଧମାଲ କରୁଛି ପୁଷ୍ପା ଦ ରୁଲ | ବକ୍ସ ଅଫିସ ରେ ୧୦୦୦ କୋଟିରୁ ଅଧିକ ରୋଜଗାର କରିସାରିଥିବା ପୁଷ୍ପା ୨ ଏବେ କିଛି ଅନସିନ ଫୁଟେଜ ସହିତ ଓଟିଟି ରେ ଆସିସାରିଛି । ଥିଏଟର ରେ ରିଲିଜ ହୋଇଥିବା ଫୁଟେଜଠୁ ଅଧିକ ୨୩ ମିନିଟର ଫୁଟେଜ ରହିଛି ଓଟିଟିରେ। ଆଉ ସେ ସବୁର ଦର୍ଶକ ବେଶ ମଜା ନେଉଛନ୍ତି । ତା ସହିତ ପୁଷ୍ପା ୨ ର ଆକ୍ସନ ସିନ ହଲିଉଡ଼ ନିର୍ଦେଶକଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି କି ବୋଲି ପ୍ରଶ୍ନ କରିଛନ୍ତି ଦର୍ଶକ ।
ତେବେ ଗତ ବର୍ଷ ଡିସେମ୍ବରରେ ଅଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ପୁଷ୍ପା ୨: ଦି ରୁଲ୍ ସିନେମା ହଲରେ ରିଲିଜ ହୋଇଥିଲା। ବଡ଼ ବଡ଼ ବକ୍ସ ଅଫିସ୍ ରେକର୍ଡ ଭାଙ୍ଗି ଦେଇଥିଲା ପୁଷ୍ପା ୨। ରିଲିଜ୍ ହେବାର କିଛି ଦିନ ମଧ୍ୟରେ ସହଜରେ ୧୦୦୦ କୋଟି ଟଙ୍କାରୁ ଅଧିକ ଆୟ କରିଥିଲା। ତେବେ ଜାନୁଆରୀ ୩୦ ରେ ପୁଷ୍ପା ୨ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ବିଶ୍ୱବ୍ୟାପୀ ଦର୍ଶକଙ୍କ ପାଇଁ ପ୍ରିମିୟର ହୋଇଥିଲା । ଫିଲ୍ମଟି OTTରେ ରିଲିଜ୍ ହେବା ପରଠାରୁ, ଏବେ ଅନ୍ତର୍ଜାତୀୟ ଦର୍ଶକଙ୍କଠାରୁ ପ୍ରଶଂସା ସାଉଁଟିଛି। ଡିଜିଟାଲ ପ୍ଲାଟଫର୍ମରେ ଫିଲ୍ମଟି ଦେଖିଥିବା ଅନେକ ଲୋକ ସୋସିଆଲ ମିଡିଆରେ ଏହାକୁ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।
ଜଣେ ଦର୍ଶକ ଫିଲ୍ମର ଏକ ଛୋଟ କ୍ଲିପ୍ ସେୟାର କରି ଲେଖିଛନ୍ତି “ଏକ ଭାରତୀୟ ଚଳଚ୍ଚିତ୍ରର ଆକ୍ସନ୍ ଦୃଶ୍ୟ। ସେହିପରି ଆଉଜଣେ ସୋସିଆଲ ମେଡିଆ ବ୍ୟବହାରକାରୀ ସମାନ କ୍ଲିପ୍ ସେୟାର କରି ଲେଖିଛନ୍ତି, ”ଏହା କ’ଣ ଜ୍ୟାକ୍ ସ୍ନାଇଡର ଙ୍କ ଦ୍ୱାରା ନିର୍ଦ୍ଦେଶିତ ଥିଲା?” ଜ୍ୟାକ୍ ସ୍ନାଇଡର ହେଉଛନ୍ତି ସ୍ନାଇଡର 300, ମ୍ୟାନ୍ ଅଫ୍ ଷ୍ଟିଲ୍, ଜଷ୍ଟିସ୍ ଲିଗ୍ ଭଳି ଆଇକନିକ ହଲିଉଡ଼ ଫିଲ୍ମ ନିର୍ଦ୍ଦେଶନା ପାଇଁ ଜଣାଶୁଣା।
ତେବେ ପୁଷ୍ପା 2 ବଡ଼ ହିଟ ହେବାପରେ ଏବେ ପୁଷ୍ପା ର ମେକର୍ସ ମାନେ ଏହାର ତୃତୀୟ ଭାଗ ତିଆରିକରିବାକୁ ପ୍ରସ୍ତୁତ ହେଉଛନ୍ତି।