ସୋରଡ଼ା ବ୍ଲକ ବଡ଼ଗଡ଼ ଠାରେ ଚାଲିଥିବା ସପ୍ତ ଦିବାସୀୟ ମାଁ ଫୁଲକେଶିନୀ ଙ୍କ ଯାତ୍ରା ସୋମବାର ସମାପନ ହୋଇଛି I ଗତ 18 ତାରିଖ ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ର ପ୍ରଥମ ଦିବସ ରେ ମାଁ ଙ୍କୁ ବାଦ୍ୟ ବାଜଣା ସହ ଆବାହନ କରି ରଥପଦା ସ୍ଥିତ ଅସ୍ଥାୟୀ ମଣ୍ଡପ ରେ ବିଜେ କରାଯାଇଥିଲା I ପ୍ରତ୍ୟକ ଦିନ ସନ୍ଧ୍ୟା ରେ ମହା ଆଡମ୍ବର ରେ ନଗରପରିକ୍ରମା କରାଯାଇଥିଲା I ଯାତ୍ରା ରେ ଆକର୍ଷଣ ଥିଲା ରାମ ଦୋଳି, ମିନା ବଜ଼ାର ସହ ବଡଦାଣ୍ଡ ରେ ଅନୁଷ୍ଠିତ ପ୍ରତ୍ୟହ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଜିଲ୍ଲା ତଥା ଜିଲ୍ଲା ବାହାର କଳାକାର ଙ୍କ ନୃତ୍ୟ ଦେଖିବାକୁ ଭିଡ଼ ରହିଥିଲା l ଧରାକୋଟ, ସୋରଡ଼ା, ଓ କନ୍ଧମାଳ ଜିଲ୍ଲା ରୁ ବହୁ ଭକ୍ତଙ୍କ ଭିଡ ଜମିଥିଲା I କାଳିଚରଣ ଚର୍ଚ୍ଚା, ହରି କୃଷ୍ଣ ରଥ, ରାଧା ମୋହନ ସ୍ୱାଇଁ ସମେତ ବହୁ ଭକ୍ତ ପରିଚାଳନା କରିଥିଲେ