<h3>ସତ କହିଲେ ଦର୍ଶକବନ୍ଧୁ ଏଭିଡିଓଟି ମଣିଷ ଭିତରେ ଲୁଚିଥିବା ପଶୁ ପଣିଆକୁ ସାମ୍ନାକୁ ଆଣିନି । ଉଭୟ ପୁରୁଷ ଓ ଜଣେ ମହିଳାଙ୍କୁ ବାନ୍ଧି ଗାଁ ଦାଣ୍ଡରେ ବୁଲାଇ ବୁଲାଇ ମାଡ ମାରିବା, ଏହା ଏକ ଭଦ୍ର ଏବଂ ସୁସ୍ଥ ସମାଜ ପାଇଁ କେତେ ଦୁର ଶୋଭନୀୟ ? ଆଇନକୁ ନିଜ ହାତକୁ ନେବା ଏକ ଅପରାଧ ଜାଣିବା ପରେବି, ନିଜେ ଅପରାଧ ଘଟାଇବା ଏହା କେତେ ଦୂର ଠିକ୍ । ହଁ ଆଜ୍ଞା କଙ୍ଗାରୁ କୋର୍ଟ ନିଜ ଭିତରେ ଏକ ଅପରାଧ । ଏହି ଘଟଣାଟି ହେଉଛି ଧର୍ମଗଡ ଥାନା ଅନ୍ତର୍ଗତ ମେରଘରା ଗାଁର ଚିତ୍ର । ସୂଚନା ଅନୁସାରେ, ସ୍ବାମୀର ଅନୁପସ୍ତିତିରେ ସ୍ତ୍ରୀ ତାର ପୁରୁଷ ବନ୍ଧୁକୁ ଦେଖାକରିବା ପାଇଁ ରାତିରେ ଘରକୁ ଡାକିଥିଲା । ପରେ ମହିଳାଙ୍କ ସ୍ୱାମୀର ପରିବାର ର ଲୋକ ଜାଣିପାରି ରାତିରେ ଆଗ ପଟରେ କବାଟ ବନ୍ଦ କରି ଦେଇଥିଲେ ଓ ଆଜି ସକାଳୁ ମହିଳାଙ୍କ ସ୍ବାମୀଙ୍କ ସମ୍ପର୍କୀୟ ଲୋକ ଉଭୟଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରି ଗାଁ ରାସ୍ତା ରେ ବୁଲାଇବା ଭଳି ଘଟଣା ଏହି ଭିଡ଼ିଓ ରେଦେଖିବାକୁ ମିଳିଛି । ତେବେ ଏନେଇ ଉକ୍ତ ମହିଳା ଜଣଙ୍କ ଧର୍ମଗଡ ଥାନା ରେ ଏକ ଲିଖିତ ଏତଲା ଦେଇ ଥିବା ବେଳେ ୧୪୦/୨୪/ରେ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଛି ପୁଲିସ । ତେବେ ଏନେଇ ଧର୍ମଗଡ ଥାନା ଅଧିକାରୀ ଦାମୋଦର ବିହାରି ସୂଚନା ଦେଇଛନ୍ତି ।</h3>