ପୁରୀ : ପୁରୀ ବେଳାଭୂମିରେ ଜେଲିଫିସ୍ ଆତଙ୍କ । ବେଳାଭୂମିରେ ଦେଖିବାକୁ ମିଳିଛି ଶହଶହ ସଂଖ୍ୟାରେ ଜେଲିଫିସ୍ । ପୁରୀ ଦିଗବାରେଣୀ ଛକ ବେଳାଭୂମିରେ ଦେଖିବାକୁ ମିଳିଛି ଏହି ଜେଲିଫିସ୍ । ତେବେ ଜେଲିଫିସ୍ ସଂସ୍ପର୍ଶରେ ଆସି କୌଣସି ପର୍ଯ୍ୟଟକ ଆହତ ହୋଇନଥିବା ଜଣାପଡିଛି । ଗତ ୨୦୨୨ ଜୁନ ମାସରେ ପୁରୀ ବେଳାଭୂମିରେ ଜେଲିଫିସ୍ ସଂସ୍ପର୍ଶରେ ଆସି ଅନେକ ପର୍ଯ୍ୟଟକ ଚିକିତ୍ସା ପାଇଁ ଘରୋଇ ଓ ବେସରକାରୀ ହସ୍ପିଟାଲରେ ଭର୍ତି ହୋଇଥିଲେ । ତେବେ ପୁରୀ ବେଳାଭୂମିରେ ଜେଲିଫିସ ପ୍ରାୟ ଦେଖିବାକୁ ମିଳିନଥାଏ । କିନ୍ତୁ ଆଜି ଶହଶହ ସଂଖ୍ୟାରେ ଜେଲିଫିସ୍ ବେଳାଭୂମିରେ ପଡିଥିବା ଦେଖିବାକୁ ମିଳିଛି । ବେଳାଭୂମିକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ସ୍ନାନ କରିବାକୁ ଆସୁଥିବା ବେଳେ ଜେଲିଫିସର ଲାଳ ସେମାନଙ୍କ ଦେହରେ ବାଜିଲେ କିମ୍ବା ପର୍ଯ୍ୟଟକମାନେ ଏହା ସଂସ୍ପର୍ଶରେ ଆସିଲେ ଦେହ ହାତ କୁଣ୍ଡାଇ ନାଲି ପଡିଯାଏ । ତେବେ ଜେଲିଫିସ୍ ଆତଙ୍କରୁ ପର୍ଯ୍ୟଟକମାନେ କିଭଳି ବର୍ତିବେ ଓ କିଭଳି ସେମାନେ ସୁରକ୍ଷିତ ସ୍ନାନ କରିବେ ସେନେଇ ପ୍ରଶାସନ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।