<h3>ପୁରୀ,୩୦/୦୪/୨୪: ପୁରୀ ଜିଲ୍ଲାପାଳଙ୍କ ଅଫିସରେ ଅଭାବନୀୟ ଘଟଣା । ନାମାଙ୍କନ ରାଲିରେ ଆସିଥିବା ବିଜେପି ଓ ବିଜେଡି କର୍ମୀ ହେଲେ ମୁହାଁମୁହିଁ । ପରସ୍ପରକୁ ଗାଳି ଗୁଲଜ କରିବା ସହ କର୍ମୀମାନେ ଫୁଲମାଳ ଫିଙ୍ଗାଫୋପଡା ହୋଇଥିଲେ । ଯାହାକୁ ନେଇ ପରସ୍ପର ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବା ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା ।ହେଲେ ସ୍ଥିତି ବିଗିଡିବା ପୂର୍ବରୁ ପୁରୀ ଏସପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଉଭୟ ଦଳର କର୍ମୀମାନଙ୍କୁ ଜିଲ୍ଲାପାଳ ଅଫିସରୁ ପୋଲିସ ବାହାର କରିଦେଇଥିଲା । ତେବେ ପୁରୀ ସଂସଦୀୟ କ୍ଷେତ୍ର ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଥିଵା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସ୍ଵତନ୍ତ୍ର ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି। ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ ଦାୟିତ୍ଵ ଦିଆଯାଇଛି। ତେବେ ରାଜନୈତିକ ଦଳର କର୍ମୀ ଙ୍କ ମଧ୍ୟ ରେ କୌଣସି ଗଣ୍ଡଗୋଳ ଯେଭଳି ନ ଘଟେ ସେ ନେଇ ପୁରୀ ପୋଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ପୁରୀ ଏସପି ପିନାକ ମିଶ୍ର କହିଛନ୍ତି। ତେବେ ସତ୍ୟବାଦୀ ଆସନ ପାଇଁ ବିଜେଡି ରୁ ନାମାଙ୍କନ ଦାଖଲ ପାଇଁ ସଞ୍ଜୟ ଦାସବର୍ମା ତାଙ୍କର ରିଟର୍ଣିଂ ଅଫିସର ଏ ଡି ଏମ (ରାଜସ୍ବ) ନିକଟକୁ ଆସିଥିବାବେଳେ କର୍ମୀମାନେ ବାହାରେ ଅପେକ୍ଷା କରିଥିଲେ। ଏତିକି ବେଳେ ପୁରୀ ଲୋକସଭା ଆସନ ପାଇଁ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଆସିବା ସହ ତାଙ୍କ ସହ ବିଜେପି ନେତ୍ରୀ ଉପାସନା ମହାପାତ୍ର ଆସିଥିଲେ।</h3>