<h3>ପୁରୀ: ପୁରୀ ଲୋକସଭା ପାଇଁ ବିଜେଡ଼ିର ପ୍ରାର୍ଥୀ ହୋଇଥିବା ଅରୁପ ପଟ୍ଟନାୟକ ଆଜି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପୁରୀ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ପୁରୀ ଜିଲାପାଳ ଙ୍କ ନିକଟ ରେ ଅରୁପ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅରୁପ କହିଚନ୍ତି ସେ ଜନ ସେବା ପାଇଁ ରାଜନୀତି କୁ ଆସିଛନ୍ତି।ସେ ଚାକିରୀ କରିଥିବା ବେଳେ ଜନ ସେବା କରୁଥିଲେ। ହେଲେ ସେ ଅବସର ପରେ ପ୍ରତ୍ୟକ୍ଷ ଭାବେ ରାଜନୀତି କୁ ଆସି ଜନ ସେବା ପାଇଁ ନିର୍ବାଚନ ଲଢ଼ୁଛନ୍ତି। ପୁରୀ ଲୋକସଭା ବାସି ଙ୍କ ଉନ୍ନତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ କଲ୍ୟାଣ କାରି ଯୋଜନା କିଭଳି ଲୋକେ ପାଇବେ ତାହା ତାଙ୍କର ମୁଖ୍ୟ ଲକ୍ଷ୍ୟ।ସେ ସାରା ଜୀଵନ ଲୋକ ଙ୍କ ସେବା ପାଇଁ ସମର୍ପିତ। ତେବେ ପୁରୀ ପାଇଁ ଯେଭଳି ମୂଖ୍ୟମନ୍ତ୍ରୀ କାର୍ୟ୍ୟ କରିଚନ୍ତି ନିଶ୍ଚିତ ଭୋଟର ତାଙ୍କୁ ଯିତାଇ ନବୀନ ପଟ୍ଟନାୟକ ଙ୍କ ହାତ ମୁଠା କୁ ଟାଣ କରିବେ ବୋଲି ଆରୋପ କହିଚନ୍ତି। ତେବେ ନାମାଙ୍କନ ପୁର୍ବରୁ ଅରୁପ ପୁରୀ ବଡ ଦାଣ୍ଡ ରେ ଏକ ରୋଡ ଶୋ କରିଥଲେ। ହଜାର ହଜାର ବିଜେଡି କର୍ମୀ ଓ ନେତା ଙ୍କ ସହ ଶୋଭାଯାତ୍ରା ରେ ଆସି ପୁରୀ ଜିଲ୍ଲାପାଳ ଙ୍କ ଅଫିସ ରେ ପହଞ୍ଚି ଥିଲେ। ସେପଟେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଚନ୍ତି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ ନିର୍ମଳ ଶାସନ ପାଇଁ ଓଡ଼ିଶା ବାସୀ ନବୀନ ପଟ୍ଟନାୟକ ଙ୍କୁ ଦିର୍ଘ ୨୫ ବର୍ଷ ହେବ ଆଶୀର୍ବାଦ ଦେଇ ଆସିଛନ୍ତି। ପୁଣି ଚଳିତ ନିର୍ବାଚନ ରେ ଲୋକେ ବିଜେଡି କୁ ବିପୁଳ ଭୋଟ ଦେଇ ଜମାଦେଶ ଦେବେ ବୋଲି ବିଜେଡ଼ି ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଚନ୍ତି।</h3>