ପୁରୀ : ପୁରୀ ବିଧାନସଭା ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ନିଜର ପ୍ରଚାର ଅଭିଯାନ ଶୁଭାରମ୍ଭ କରିଚନ୍ତି। ଚଳିତ ନିର୍ବାଚନ ରେ ବିଜେପି ପୁରୀ ରେ ବିପୁଳ ବିଜୟ ହାସଲ କରିବ ବୋଲି ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି। ଜୟନ୍ତ ଏହି ପ୍ରଚାର କାର୍ୟକ୍ରମ ରେ ପୁଣି ଟାର୍ଗେଟ କରିଛନ୍ତି ପୁରୀ ବିଜେଡି ପ୍ରାର୍ଥୀ ସୁନିଲ ମହାନ୍ତି ଙ୍କୁ। ଜୟନ୍ତ କହିଚନ୍ତି ରଜା ପୁଅ ରାଜା ହେବ ସେ ଦିନ ଆଉ ନାହିଁ। ଏବେ ଗଣତନ୍ତ୍ର ଶାସନ ଚାଲିଚି। କେବଳ ସେତିକି ନୁହେ ବିଜେଡ଼ିର ପ୍ରାର୍ଥୀ ୱାର୍ଡ ମେମ୍ବର ଟିଏ ମଧ୍ୟ ହୋଇ ନାହାନ୍ତି। ତୃଣମୂଳ ସ୍ତରରୁ ଜନ ସେବା କରିନାହାନ୍ତି। ଆମେ ୱାର୍ଡ ମେମ୍ବର, କାଉନସିଲର, ନଗର ପାଳ ଭାବେ ଲୋକ ଙ୍କ ଜନସେବା କରିଛୁ। ଏଣୁ ଲୋକ ମାନେ ସଠିକ୍ ନିଷ୍ପତ୍ତି ନେବେ। ଯିଏ ଜନ ସେବା କରିଚି ତାକୁ ହିଁ ଜିତାଇବେ। ଆଗାମୀ ନିର୍ବାଚନ ରେ ପୁରୀ ରେ ବିଜେପି ର ବିପୁଳ ବିଜୟ ହେବ। ତେବେ ଖୁବ ଶୀଘ୍ର ପ୍ରଚାର ଅଭିଯାନ କୁ ଜୋରଦାର କରାଯିବ। ସେପଟେ ପୁରୀ ଜିଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ ଦାସ କହିଛନ୍ତି ପୁରୀ ରେ ଲୋକସଭା ଓ ବିଧାନସଭା ରେ ବିପୁଳ ମାତ୍ରା ରେ ବିଜୟ ହାସଲ କରିବ। ତେବେ ବିଜେଡ଼ିର ପ୍ରାର୍ଥୀ ସୁନିଲ ମହାନ୍ତି ଙ୍କୁ ତାଂକ ଦଳ ରୁ ସମର୍ଥନ ମିଳୁନାହିଁ। ବିଜେଡି ରେ ତୀବ୍ର ଗୋଷ୍ଠି କନ୍ଦଳ ରହିଚି। ଏଣୁ ଏହାର ଫାଇଦା ନେଇ ବିଜେପି ଜିତିବ ବୋଲି ବିଜେପି ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ ଦାସ କହିଛନ୍ତି।