ପୁରୀରେ ଟିମ୍ ଇଣ୍ଡିଆ । ସକାଳୁ ସକାଳୁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ପହଞ୍ଚିଛନ୍ତି ଇଣ୍ଡିଆନ କ୍ରିକେଟ ଟିମର ସ୍ପିନର ମାନେ । ମ୍ୟାଚ୍ ପୂର୍ବରୁ ମହାପ୍ରଭୁଙ୍କ ଆର୍ଶିବାଦ ନେବାକୁ ପୁରୀରେ ୩ ଖେଳାଳି । ଅକ୍ସର ପଟେଲ, ୱସିଙ୍ଗଟନ ସୁନ୍ଦର, ôବରୁଣ ଚକ୍ରବର୍ତ୍ତୀ, ଏହି ୩ ଜଣ ପହଞ୍ଚିଛନ୍ତି ପୁରୀରେ । ସେମାନେ ନିଜର କାର୍ଯ୍ୟବ୍ୟସ୍ତତାରୁ ସମୟ ବାହାର କରି ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆସିଛନ୍ତି । ପ୍ଲେୟାରମାନେ ପାଟ ଅଗଣାରେ ବୁଲି ମୁଦୁଲି ଦ୍ୱାର ଦେଇ ଭିତରକୁ ଯାଇ ମହାପ୍ରଭୁଙ୍କୁ ଅତି ନିକଟରୁ ଦର୍ଶନ କରିଛନ୍ତି ।
କାଲି ଭୁବନେଶ୍ୱରରେ ପହଞ୍ଚିଥିଲେ ଇଣ୍ଡିଆନ କ୍ରିକେଟ ଟିମ୍ । ଆଜି ରହିଛି ଅଭ୍ୟାସ ଓ କାଲି ମ୍ୟାଚ୍ । କାଲିର ମ୍ୟାଚ୍ ପାଇଁ ଓଡିଶାବାସି ବେଶ୍ ଉତ୍ସାହିତ ରହିଛନ୍ତି । ବାରବାଟୀରେ କାଲି ଖଚାଖଚ୍ ଭିଡ଼ ଦେଖିବାକୁ ମିଳିବ । ଭାରତ ପୂର୍ବ ମ୍ୟାଚ୍ ଜିତିସାରିଥିବା ବେଳେ କାଲି ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି ।